ମହିଳାଙ୍କ ଠାରୁ ଝାମ୍ପିନେଲେ ୪ ଲକ୍ଷ, ବ୍ୟାଙ୍କରୁ ଫେରିବା ବେଳେ ଲୁଟ୍

ଭୁବନେଶ୍ବର : ସହିଦନଗର ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ବାଇକ୍‌ରେ ଆସି ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଲୁଟି ଫେରାର ହୋଇ ଯାଇଛନ୍ତି। ଏ ନେଇ ଲୁଟ୍‌ର ଶିକାର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳା ଶନିବାର ମଧ୍ୟାହ୍ନରେ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ତାଙ୍କ ପାଖକୁ ଆସି ଟଙ୍କା ଭର୍ତ୍ତି ଭ୍ୟାନିଟି ଝାମ୍ପି ନେଇ ବମିଖାଲ ଓଭରବ୍ରିଜ୍ ଦେଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି। କାର କାଚ ଭାଙ୍ଗି ଏକାଧିକ ଲୁଟ୍ ପରେ ଏହି ଘଟଣା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।

ସମ୍ବନ୍ଧିତ ଖବର