ନିଖୋଜ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର : ରହସ୍ୟ ଘେରରେ ମୃତ୍ୟୁ; ହତ୍ୟା ନା ଆତ୍ମହତ୍ୟା!

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ପଞ୍ଚାୟତର ଦୋଳସାହି ବିବେକାନନ୍ଦ ସ୍କୁଲ ପଛପଟେ ଥିବା ଏକ ନିର୍ଜନ ଆମ୍ବତୋଟାରେ ଗତ ୪ ଦିନ ହେଲା ନିଖୋଜ ଥିବା ଏକ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ନାବାଳକ ଥିବା ‌ଏହି ପ୍ରେମିକ/ପ୍ରେମିକା ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ତା’କୁ ନେଇ ପ୍ରଶ୍ନବାଚୀ ସ୍ୃଷ୍ଟି ହୋଇଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ସେମାନଙ୍କ ମୃତ୍ୟୁ ଉପରୁ ରହସ୍ୟର ପର୍ଦା ଉନ୍ମୋଚିତ ହୋଇନାହିଁ।

ତିହିଡି ଥାନା ଅନ୍ତର୍ଗତ ଦୋଳସାହି ଗ୍ରାମର ସତ୍ୟବାନ ଜେନାଙ୍କ ପୁଅ ଦୀନବନ୍ଧୁ ଜେନା(୧୭) ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତ ଜିତାନଗା ଗ୍ରାମର ଦୁଃଖିଶ୍ୟାମ ପ୍ରଧାନଙ୍କ ଝିଅ ସୀତାରାଣୀ ପ୍ରଧାନ (୧୪) ଗତ ୩ ତାରିଖ ରାତିରୁ ଘରୁ ନିଖୋଜ ଥିବା ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ରିପୋର୍ଟ ହୋଇଥିଲା। ତେବେ ଆଜି ସକାଳୁ ଏହି ଦୁଇ ଜଣଙ୍କ ଗଳିତ ଶବ ଦୋଳସାହି ବିବେକାନନ୍ଦ ସ୍କୁଲ ପଛପଟେ ଥିବା ଏକ ନିର୍ଜନ ଆମ୍ବତୋଟାରୁ ଉଦ୍ଧାର ପରେ ଏହା ସମସ୍ତଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର