ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟା ମାମଲାର ରାୟ ୨୮ରେ

କଟକ : ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ମାମଲାର ରାୟ ସଂରକ୍ଷିତ ରହିଛି। ଆଜି କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁଙ୍କ ଇଜଲାସରେ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ପାରିପାର୍ଶ୍ୱିକ ପରିସ୍ଥିତି ଓ ସାକ୍ଷୀଙ୍କ ବୟାନକୁ ଭିିତ୍ତି କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପବ୍ଲିକ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ଯୁକ୍ତି ବାଢିଥିଲେ। ସେହିପରି ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ପ୍ରତିପକ୍ଷଙ୍କ ଓକିଲ ଦର୍ଶାଇଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରହିଛି। ମାର୍ଚ୍ଚ ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର