ମହାପ୍ରଭୁଙ୍କ ବନକଲାଗି

ପୁରୀ : ଆଜି ଅପରାହ୍ନରେ ମହାପ୍ରଭୁଙ୍କର ବନକଲାଗି ନୀତି ହୋଇଛି। ଅପରାହ୍ନ ସାଢ଼େ ୩ଟା ୫୦ରୁ ଆରମ୍ଭ ହୋଇଥିବା ଏହିି ନିଆରା ନୀତି ସନ୍ଧ୍ୟା ୬ଟା ୨୦ ମିନିଟରେ ଶେଷ ହୋଇଛି। ୬ଟା୨୦ରେ ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ମହାସ୍ନାନ ହୋଇଛି। ଏହା ପରେ ୬ଟା ୫୦ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଫଳରେ ଏହିି ନୀତି ପାଇଁ ପାଖାପାଖି ୩ଘଣ୍ଟା ୨୦ ମିନିଟ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ଵାର ବନ୍ଦ ରଖି ନୀତି କରାଯାଇଥାଏ।

ସମ୍ବନ୍ଧିତ ଖବର