ସମ୍ବଲପୁର ଜିଲ୍ଲା ପୁଲିସର ବଡ଼ ପରିବର୍ତ୍ତନ, ୫୫ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ବଦଳି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପୁଲିସ ବିଭାଗରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ମୋଟ୍‌ ଉପରେ ୫୭ ଜଣ ପୁଲିସ ଏସ୍‌ଆଇ ଓ ଏଏସ୍‌ଆଇଙ୍କର ବଦଳି କରାଯାଇଛି। ଏଥିରେ ୩୦ ଜଣ ଏସ୍‌ଆଇ ରହିଥିବା ବେଳେ ୨୭ ଜଣ ଏଏସ୍‌ଆଇ ରହିଛନ୍ତି।

ଏସ୍‌ଆଇଙ୍କ ମଧ୍ୟରେ ଟାଉନ୍‌ ଥାନାରେ କାର୍ଯ୍ୟରତ ହାଡ଼ୁ ବେହେରାଙ୍କୁ ବୁର୍ଲା ଥାନା, ଅମର ହୋତାଙ୍କୁ ହୀରାକୁଦ ଥାନା, ଅସୀମା ଏକ୍କାଙ୍କୁ ରେଢ଼ାଖୋଲ ଥାନା, ପୁଷ୍ପା କିଷାନଙ୍କୁ କୁଚିଣ୍ଡା ଥାନା, ମହିଳା ଥାନାରେ କାର୍ଯ୍ୟରତ ରଞ୍ଜିତା ଏକ୍କାଙ୍କୁ କତରବଗା ଥାନା, ଧନୁପାଲି ଥାନାରେ କାର୍ଯ୍ୟରତ ସଞ୍ଜୟ ରାଉତରାୟଙ୍କୁ ଅଇଁଠାପାଲି ଥାନା, ଅଇଁଠାପାଲି ଥାନାରେ କାର୍ଯ୍ୟରତ ଅଭିନବ ମିଶ୍ରଙ୍କୁ ବୁର୍ଲା ଥାନା, ବିଭୂତି ପ୍ରଧାନଙ୍କୁ ହୀରାକୁଦ ଥାନା, ସୁଶାନ୍ତ ଦାଶଙ୍କୁ କୁଚିଣ୍ଡା ଥାନା, ବିନୋଦିନୀ ନାଏକଙ୍କୁ ଧମା ଥାନା, କ୍ଷେତରାଜପୁର ଥାନାରେ କାର୍ଯ୍ୟରତ ଅଭିମନ୍ୟୁ ଭିତିରିଆଙ୍କୁ ରେଙ୍ଗାଲି ଥାନା, ଶାସନ ଥାନାରେ କାର୍ଯ୍ୟରତ ସୁମିତ ଫିରୋଜ ଏକ୍କାଙ୍କୁ ହୀରାକୁଦ ଥାନା, ଈଶ୍ବର ଚନ୍ଦ୍ର ନାଏକଙ୍କୁ ରେଢ଼ାଖୋଲ ଥାନା, ରେଙ୍ଗାଲି ଥାନାରେ କାର୍ଯ୍ୟରତ ସଞ୍ଜୟ ସାହୁଙ୍କୁ କ୍ଷେତରାଜପୁର ଥାନା, ଧମା ଥାନାରେ କାର୍ଯ୍ୟରତ ସ୍ନେହଲତା ସାହୁଙ୍କୁ ଅଇଁଠାପାଲି ଥାନା, ହୀରାକୁଦ ଥାନାରେ କାର୍ଯ୍ୟରତ ଗୋଲଖ ବିହାରୀ ପ୍ରଧାନଙ୍କୁ ଅଇଁଠାପାଲି ଥାନା, ସୋନିଆ ବଡ଼ାଇକଙ୍କୁ କ୍ଷେତରାଜପୁର ଥାନା, ସନତ ମଡାଙ୍ଗିଙ୍କୁ କିସିଣ୍ଡା ଥାନା, ବୁର୍ଲା ଥାନାରେ କାର୍ଯ୍ୟରତ ପବିତ୍ର ଭୋଇଙ୍କୁ ନାକଟିଦେଉଳ ଥାନ, ନାରାୟଣ ସାହୁଙ୍କୁ ଧନୁପାଲି ଥାନା, ଚିତ୍ତରଞ୍ଜନ ମେହେରଙ୍କୁ ଅଇଁଠାପାଲି ଥାନା, ଜମନକିରା ଥାନାରେ କାର୍ଯ୍ୟରତ ରଶ୍ମିବାଳା ସେଠୀଙ୍କୁ ଟାଉନ୍‌ ଥାନା, ଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ଥୋମାସ କେର୍କେଟାଙ୍କୁ ଟାଉନ୍‌ ଥାନା, ରେଢ଼ାଖୋଲ ଥାନାରେ କାର୍ଯ୍ୟରତ ବୈଭ ବିମଳା ସ୍ବାଇଁଙ୍କୁ ବୁର୍ଲା ଥାନା, ସୌମ୍ୟ ମହାଳିକଙ୍କୁ ରେଙ୍ଗାଲି ଥାନା, ନାକଟିଦେଉଳ ଥାନାରେ କାର୍ଯ୍ୟରତ ଧର୍ମେନ୍ଦ୍ର ଭୁଏଙ୍କୁ ଧନୁପାଲି ଥାନା, କିସିଣ୍ଡା ଥାନାରେ କାର୍ଯ୍ୟରତ ରାମେଶ୍ବର ସିଂହଙ୍କୁ ଶାସନ ଥାନ, ସମ୍ବଲପୁର ମୁଖ୍ୟାଳୟରେ କାର୍ଯ୍ୟରତ ମନୋରଞ୍ଜନ ଦାସଙ୍କୁ ସଦର ଥାନା, ସଦର ଥାନାରେ ଥାନାରେ କାର୍ଯ୍ୟରତ ଅନିତାରାଣୀ ପାଟନିଆଙ୍କୁ ବୁର୍ଲା ଥାନା ଏବଂ କତରବଗା ଥାନାରେ କାର୍ଯ୍ୟରତ ସୁଦୀପ୍ତା ରାଉତରାୟଙ୍କୁ ମହିଳା ଥାନାକୁ ବଦଳି କରାଯାଇଛି।

ସେଭଳି ଏଏସ୍‌ଆଇମାନଙ୍କ ମଧ୍ୟରେ ଟାଉନ୍‌ ଥାନାରେ କାର୍ଯ୍ୟରତ ଗୋମିୟା ବର୍ଦାଙ୍କୁ ଠେଲକୋଲୋଇ ଥାନା, କ୍ଷେତରାଜପୁର ଥାନାରେ କାର୍ଯ୍ୟରତ ସୁକୁଟା ନାଏକଙ୍କୁ ବଡ଼ମାଲ ଫାଣ୍ଡି, ବିଶାଖା ନାଏକଙ୍କୁ ବୁର୍ଲା ଥାନା, ଋତୁପର୍ଣ୍ଣା ସାହୁଙ୍କୁ ପୁଲିସ ମୁଖ୍ୟାଳୟ, ଧନୁପାଲି ଥାନାରେ କାର୍ଯ୍ୟରତ ଆସିଆନ ହାସଦାଙ୍କୁ କୁସୁମି ଫାଣ୍ଡି, ପ୍ରକାଶ ଆଚାର୍ଯ୍ୟଙ୍କୁ ବୁର୍ଲା ଥାନା, ଅଇଁଠାପାଲି ଥାନାରେ କାର୍ଯ୍ୟରତ କୃତ୍ତିବାସ ଜେନାଙ୍କୁ ବୁର୍ଲା ଥାନା, ସଦର ଥାନାରେ କାର୍ଯ୍ୟରତ ଲମ୍ବୋଦର ଡାଙ୍ଗଙ୍କୁ ରେଢ଼ାଖୋଲ ଥାନା, ରେଙ୍ଗାଲି ଥାନାରେ କାର୍ଯ୍ୟରତ ଅମୂଲ୍ୟ ଗଡ଼ନାୟକଙ୍କୁ ସଦର ଥାନା, ଠେଲକୋଲୋଇ ଥାନାରେ କାର୍ଯ୍ୟରତ ପ୍ରଦୀପ ସେଠଙ୍କୁ ଧମା ଥାନା, କତରବଗା ଥାନାରେ କାର୍ଯ୍ୟରତ ରଙ୍କମଣି ବଢ଼େଇଙ୍କୁ ଅଇଁଠାପାଲି ଥାନା, ଧମା ଥାନାରେ କାର୍ଯ୍ୟରତ ଶ୍ୟାମସୁନ୍ଦର ଭୋଇଙ୍କୁ ହୀରାକୁଦ ଥାନା, ବୁର୍ଲା ଥାନାରେ କାର୍ଯ୍ୟରତ ସୁଶାନ୍ତ ନାଥଙ୍କୁ ରେଢ଼ାଖୋଲ ଥାନା, ସୁଧୀର ନାଏକଙ୍କୁ ଜମନକିରା ଥାନା, ସୁଲେମାନ ହରୋଙ୍କୁ ନାକଟିଦେଉଳ ଥାନା, କୁଚିଣ୍ଡା ଥାନାରେ କାର୍ଯ୍ୟରତ ଗଦାଧର ଧଳଙ୍କୁ ଟାଉନ୍‌ ଥାନା, କୁମୁଦ ବିଶ୍ବାଳଙ୍କୁ କ୍ଷେତରାଜପୁର ଥାନା, ମହୁଲପାଲି ଥାନାରେ କାର୍ଯ୍ୟରତ ପେଟ୍ରସ ଜାଲଜୋଙ୍କୁ ଧନୁପାଲି ଥାନା, କୁସୁମି ଫାଣ୍ଡିରେ କାର୍ଯ୍ୟରତ ଦେବରାଜ ସାହୁଙ୍କୁ ଗଡ଼ପୋଷ ଫାଣ୍ଡି, ଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ଯୋଗେଶ୍ବର କିଷାନଙ୍କୁ କତରବଗା ଥାନା, ଜମନକିରା ଥାନାରେ କାର୍ଯ୍ୟରତ ଗଙ୍ଗାଧର ସାହୁଙ୍କୁ ମହୁଲପାଲି ଥାନା, ରେଢ଼ାଖୋଲ ଥାନାରେ କାର୍ଯ୍ୟରତ ତ୍ରିବେଣୀ ପ୍ରଧାନଙ୍କୁ ଜମନକିରା ଥାନା, ନିଖିଲ ରାୟଙ୍କୁ କ୍ଷେତରାଜପୁର ଥାନା, ବଡ଼ମାଲ ଫାଣ୍ଡିରେ କାର୍ଯ୍ୟରତ ସନାତନ ପ୍ରଧାନଙ୍କୁ ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାରେ କାର୍ଯ୍ୟରତ ମହମ୍ମଦ ଜାହାଙ୍ଗିରଙ୍କୁ ସ୍ପେସାଲ୍‌ ସ୍କ୍ବାଡ୍‌କୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର