ଗଛକୁ ପିଟିଲା କାର୍‌, ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର- ପାଟଣାଗଡ଼ ରାସ୍ତାର ବାରପୁଡୁଗିଆ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଫଳରେ କାର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଚାଳକଙ୍କ ନାଁ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି  ଅଗ୍ନିଶମ ବିଭାଗକୁ ଡକାଇ କଟର ସାହାଯ୍ୟରେ ଗେଟକୁ କାଟି ଚାଳକଙ୍କୁ ବାହାର କରିଥିଲେ।

ମୃତ ଚାଳକ ହର୍ଡାଟାଲ ଗ୍ରାମରେ ରହି ନିଜ ଓମିନି ଭ୍ୟାନ ଧରି ଗାଁ ଗାଁ ବୁଲି ରାଜସ୍ଥାନୀ ଚେରିମୂଳି ଔଷଧ ବିକ୍ରି କରୁଥିଲେ। ହର୍ଡାଟାଲରୁ ପାଟଣାଗଡ଼ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର। ସଦର ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର