ନଡ଼ାଗଦା ପାଖରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର; ହତ୍ୟା ସନ୍ଦେହ

ଅନଗୁଳ: ଆଜି ସକାଳେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗ୍ରାମର ଅନନ୍ତାସାହିର ଏକ ନଡ଼ାଗଦା ପାଖରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।

ପ୍ୟାଣ୍ଟ୍‌ ଓ ସାର୍ଟ ପରିହିତ ଏହି ମୃତବ୍ୟକ୍ତିଜଣକ ମୁଣ୍ଡରେ କ୍ଷତ ହୋଇଛି ଏବଂ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଛି। ସକାଳ ପ୍ରାୟ ୧୦ଟା ବେଳେ ଗ୍ରାମବାସୀ ମୃତଦେହ ଦେଖି ଜରପଡ଼ା ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରୁ ସେ ଅଜ୍ଞାତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରୁ ପୁଲିସକୁ ଗୋଟାଏ ଭଙ୍ଗା ମୋବାଇଲ୍‌ ମଧ୍ୟ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

୫୫ ନମ୍ବର ଜାତୀୟ ରାଜପଥ (ସମ୍ବଲପୁର-କଟକ) ପାର୍ଶ୍ୱ ଗାଁ’ ରେ ଘଟିଥିବା ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର