କନ୍ଧମାଳରେ ପୁଣି ‌ମାଓ ପୋଷ୍ଟର

ଫୁଲବାଣୀ : କନ୍ଧମାଳରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ପୋଷ୍ଟର ମାରି ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର୍ କରିଛନ୍ତି। ଫିରିଙ୍ଗିଆ ବ୍ଳକ ସାଡିଙ୍ଗିଆ ପଞ୍ଚାୟତରେ ବିଭିନ୍ନ ଗାଁ ଓ ଗଛରେ ସିପିଆଇ କେକେବିଏନ ସଂଗଠନ ନାମରେ ପୋଷ୍ଟର ମରାଯାଇ ଭୋଟ ବର୍ଜନ କରିବାକୁ ଏଥିରେ ଆହ୍ବାନ୍ ଦିଆଯାଇଛି। ଗଲା ୨ରୁ ୩ ଦିନ ହେଲା ଏଠାରେ ପୋଷ୍ଟର ମରାଯାଇଥିଲେ ବି ପୁଲିସ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ଖଳ ପ୍ରକୃତିର ଲୋକ ଏଭଳି ପୋଷ୍ଟର ମାରି ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର