ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ: ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ମାଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି l ଆଜିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି |

ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି l ନକ୍ସଲ ନେତା ଚାରୁ ମଜୁମଦାର ଓ କହ୍ନେଇ ଚାଟାର୍ଜି ସହିଦ ହେବା ପରେ ଏହି ସପ୍ତାହକୁ ସହିଦ ସପ୍ତାହ ଭାବରେ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି |

ଏହି ଅବସରରେ ଆଜି ସକାଳୁ ରାଇଘର ବ୍ଲକର ଗଞ୍ଜାପାରା, ହିରି (ନୁଆପାରା) ଆଦି ବହୁତ ଅଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଥିଲା l ଏହି ସବୁ ପୋଷ୍ଟର ଓ ବ୍ୟାନର ସୀତାନଦୀ ଏରିଆ କମିଟି ପକ୍ଷରୁ ଲାଗିଥିବା ଉଲ୍ଲେଖ କରାଯାଇଛି | କିଛି ଘଣ୍ଟା ପରେ ଖବର ପାଇ ରାଇଘର ଓ କୁନ୍ଦେଇ ପୁଲିସ ସମସ୍ତ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି l

ସମ୍ବନ୍ଧିତ ଖବର