୨୧ରେ ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା

ରାୟଗଡା : ମହାନଦୀ ଜଳ ବଣ୍ଟନ ଏବଂ କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛି ମାଓବାଦୀ ସଂଗଠନ। ଉଭୟ ଘଟଣାର ପ୍ରତିବାଦ କରି ଚଳିତ ମାସ ୨୧ତାରିଖ ଦିନ ବନ୍ଦ ପାଳନ କରିବାକୁ ସଂଗଠନ ଆହ୍ଵାନ ଦେଇଛି। ବାଶଧାରା ଆଞ୍ଚଳିକ ଡ଼ିଭିଜନର ସଂପାଦକ ଉମାକାନ୍ତ ଜାରି କରିଥିବା ଅଡ଼ିଓ ଟେପ୍‌ରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯବାନଙ୍କ ସଂପୃକ୍ତି ନେଇ ଅଂଗୁଳି ନିର୍ଦେଶ କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଦିବାସୀଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ରୋକିବା ପାଇଁ ଦାବି କରିଛନ୍ତି। ଏହି ଅଡ଼ିଓ ଟେପରେ ମହାନଦୀ ଜଳ ବଣ୍ଟନ କ୍ଷେତ୍ରରେ ଛତିଶଗଡ଼ ସରକାର ଉପର ମୁଣ୍ଡରେ ବେଆଇନ ଭାବେ ନଦୀବନ୍ଧ ନିର୍ମାଣ କରି ଦାଦାଗିରି ଦେଖାଉଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଭାପତି ଏକାଧିକ ଥର ଓଡ଼ିଶାଗସ୍ତରେ ଆସି ସଭାସମିତି କରି ଯାଉଥିବା ବେଳେ ମହାନଦୀ ଜଳ ବଣ୍ଟନ ପ୍ରସଂଗରେ ଚୁପ ରହିବା ଘଟଣାକୁ ସେ ନିନ୍ଦା କରିଛନ୍ତି। ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ବନ୍ଦକୁ ସଫଳ କରିବା ନିମନ୍ତେ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର