ଦାନ୍ତେୱାଡ଼ା ଜିଲ୍ଲାରେ ଲାଲ୍‌ ତାଣ୍ଡବ : ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲାରେ ପୁଣି ଲାଲ ତାଣ୍ଡବ। ଏଥର ଜଣେ ଲୋକ ପ୍ରତିନିଧି ଟାର୍ଗେଟ କରି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଛୋଟେଗୁଡରା ଗାଁରେ ରହୁଥିବା ନାଏବ ସରପଞ୍ଚଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଗତକାଲି ରାତିରେ ପ୍ରାୟ ୧୦ରୁ ୧୫ ଜଣ ନକ୍ସଲ ଛୋଟେଗୁଡରା ଗ୍ରାମରେ ପଶିଥିଲେ। ନାଏବ ସରପଞ୍ଚଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ। ଆଉ କିଛି ଦିନ ପରେ ଏହି ପଞ୍ଚାୟତରେ ଉପନିର୍ବାଚନ ହେବାର ଥିଲା। ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ତାରିଖ ‌ଘୋଷଣା ହେବାପରେ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅନ୍ୟପଟେ ନିର୍ବାଚନକୁ ନକ୍ସଲ ବିରୋଧ କରି ଆସିଥୁଥିଲେ। ତେଣୁ ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର