ପୁଣି ମାତିଲେ ଲାଲବାହିନୀ : ଇନ୍‌ଫର୍ମର ସନ୍ଦେହରେ ହତ୍ୟା

ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଂଚାୟତ ଲାହାଡ଼ି ଗ୍ରାମର ଅନିଲ ମାଝୀ(୨୮)ଙ୍କୁ ମାଓବାଦୀମାନେ ଗତ ସୋମବାର ରାତିରେ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ଏଥିସହ ମଙ୍ଗଳବାର ଗ୍ରାମବାସୀଙ୍କୁ ଭୟଭୀତ କରାଇ ଶବଦାହ ମଧ୍ୟ କରାଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ମ. ରାମପୁର ପୁଲିସ ପାଖରେ କିଛି ଖବର ନଥିବା ଜଣାଯାଇଛି। ଘଟଣା ସଂପର୍କରେ ଆମେ ଶୁଣୁଛୁ ଓ ଏ ନେଇ ନିଦ୍ଦିଷ୍ଟ ସୂଚନା ଆମ ପାଖରେ ନାହିଁ ବୋଲି ଆଇଆଇସି ରେଣୁକା ସୁନା କହିଛନ୍ତି। ଏ ସଂପର୍କରେ ଏସ୍‌ପିଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ।

ଘଟଣା ସଂପର୍କରେ ସ୍ଥାନୀୟ ସରଂପଚ ଗନ୍ଧର୍ବ ପୂଜାରୀଙ୍କୁ ପଚାରିବାରୁ, ସେ ଲୋକେ କହୁଥିବା କଥା କେବଳ ଶୁଣୁଛି। ଏ ସଂକ୍ରାନ୍ତରେ ସଠିକ ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି।

ତେବେ ମୃତ ଯୁବକ ଜଣକ ପୁଲିସ ଇନ୍‌ଫର୍ମର ଥିଲେ କି ନା ସେ ନେଇ କିଛି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର