ସ୍ବାୟତ୍ତ ଶାସନ ଦିବସ ଅବସରରେ ମେଗା ରକ୍ତଦାନ ଶିବିର

ସମ୍ବଲପୁର: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସମ୍ବଲପୁର ମହାନଗର ନିଗମ ଓ ‘ସମ୍ବାଦ-ଆମ ଓଡ଼ିଶା’ ଆନୁକୂଲ୍ୟରେ ଦୁର୍ଗାପାଲିସ୍ଥିତ ଏସ୍‌ଏମ୍‌ସି କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।   ଏଥିରେ ୨୮ ମହିଳାଙ୍କ ସମେତ ମୋଟ ୧୦୪ ଜଣ ରକ୍ତଦାନ କରିଥିଲେ। ଶିବିରକୁ ସମ୍ବଲପୁର ମହାନଗର ନିଗମ କମିସନର୍‌ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିଥିଲେ। ଏସ୍‌ଏମ୍‌ସି କର୍ମଚାରୀ, ମିସନ୍ ଶକ୍ତି ଅନ୍ତର୍ଗତ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା, ସ୍ବଚ୍ଛ କର୍ମୀ, ସ୍ବଚ୍ଛସାଥୀ ସୁପରଭାଇଜର୍, ଆହାର କେନ୍ଦ୍ର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉତ୍ସାହର ସହ ରକ୍ତଦାନରେ ଭାଗ ନେଇଥିଲେ। ରକ୍ତଦାନ ପଞ୍ଜୀକରଣ ପାଇଁ ଧାଡ଼ି ଲାଗିଥିଲା। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ୟୁନିଫର୍ମ ସମ୍ବଲପୁରୀ ଶାଢ଼ି ପିନ୍ଧି ୮ଟି ଯାକ ଶଯ୍ୟାରେ ଏକତ୍ର ରକ୍ତଦାନ କରିବା ଦୃଶ୍ୟ ନିଆରା ଥିଲା।

ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି ପ୍ରଥମେ ରକ୍ତଦାନ କରି ଶିବିର ଆରମ୍ଭ କରିଥିବାବେଳେ କମିସନର୍‌ ଶ୍ରୀ ସାହୁ ୧୦୧ ନମ୍ବରରେ ରକ୍ତ ଦେଇଥିଲେ। କମିସନର୍‌ ଶ୍ରୀ ସାହୁ ଏବଂ ପ୍ରବର୍ତ୍ତନ ଅଧିକାରୀ ଶ୍ରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ରେଡ୍‌କ୍ରସ୍ ସଂପାଦକ ଜୟ ଜର୍ଜ, ଅତିରିକ୍ତ ଉପଜିଲ୍ଲାପାଳ ତଥା ଓଏସ୍‌ଡି ଏସ୍‌ଏମ୍‌ସି ଅଞ୍ଜଲିନା ପ୍ରଧାନ, ଏସ୍‌ଏମ୍‌ସି ଡେପୁଟି କମିସନର୍‌ ବିନୋଦ ଚନ୍ଦ୍ର ପଣ୍ଡା, ଆସିଷ୍ଟାଣ୍ଟ କମିସନର୍‌ ଅତାସୀ ପରିଡ଼ା ଏବଂ ରୁକ୍ମଣ ମେହେର, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ବଳ’ର ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ସୌରୀ ପାଣିଗ୍ରାହୀ, ସ୍ବାଭିମାନ ସମ୍ବଲପୁରର ଶିଶିର ବହିଦାର, ପରିଚୟର ଅବିନାଶ ମିଶ୍ର, ‘ସମ୍ବାଦ’ର ମୁଖ୍ୟ ପ୍ରତିନିଧି ଜ୍ଞାନରଂଜନ ମିଶ୍ର, ଆମ ଓଡ଼ିଶା ସଂଯୋଜକ ପ୍ରିୟତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁର ରକ୍ତଭଣ୍ଡାର ଅଧିକାରୀ ଡା. କଳ୍ପେଶ କକ୍କଡ୍‌ଙ୍କ ନେତୃତ୍ବରେ କର୍ମଦେବ ପଟେଲ, ଦୀପିକା ଭୋଇ, ତାପସ ନାଏକ, ତିଲକ ଦାସ, ବୁଲୁ, ମନବୋଧ ନାଏକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏସ୍‌ଏମ୍‌ସି କର୍ମଚାରୀ ଓ ଏସ୍ଏସ୍‌ଜି ସଦସ୍ୟାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଏହି ଶିବିରରେ ରକ୍ତଦାନ କରିଥିବା ଜୀବନଦାତା ମାନେ ହେଲେ ଶୁଭଙ୍କର ମହାନ୍ତି, ତୈବା ଖାତୁନ, ଏମ୍‌ଡି ରସିକ୍, ଶିଶିର ପାଣ୍ଡେ, ଶିବୁଲାଲ ଦାସ, ମନୋଜ କୁମାର ନାଏକ, ସୁନୀଲ କୁମାର ସ୍ବାଇଁ, ପ୍ରଭାତ ବେହେରା, ବଦ୍ରିନାରାୟଣ ପତି, ରମେଶ କଲେତ, ସୁରେନ୍ଦ୍ର ଷଣ୍ଡ, ଶିବା ତୁପାକି, ସୁପ୍ରାନ ମାଝି, ମଧୁସ୍ମିତା ସୋହେଲା, ଆରତି ନାଗ, ରଂଜିତ ପ୍ରଧାନ, ଧୀରଜ ବିଶ୍ବକର୍ମା, ଦେବବ୍ରତ ବେହେରା, ଲିଲି ଜେନା, ଆରତି ସ୍ବାଇଁ, ନମ୍ରତା ମୁଣ୍ଡା, ମନୀଷା ଦେହେରୀ, ବିକାଶ କପାନି, ଅନୁରୋଧ ଲୁହାର, ରତିକାନ୍ତ ପଟ୍ଟନାୟକ, ରବି ବିଶାର, ମାଧବ ଚନ୍ଦ୍ର ପୃଷେଠ୍‌, ରଘୁମଣି ସାହୁ, ମନୋରଞ୍ଜନ ତ୍ରିପାଠୀ, ସୁବ୍ରତ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁନୀତା ସ୍ବାଇଁ, ପ୍ରିୟତା ଲିପ୍‌ସା, କ୍ରିସାଲ୍ ସରାଫ୍, ପ୍ରତିଭା ପଣ୍ଡା, କମଲି ପ୍ରଧାନ, ସୀମା ପ୍ରଧାନ, ଆନନ୍ଦ ଦାସ, ସୁବ୍ରତ ସାହୁ, ସୁକାନ୍ତ କୁମାର ନାୟକ, ଲୋକନାଥ ପଟ୍ଟନାଏକ, ବୀରେନ କୁମାର ପ୍ରଧାନ, ସଞ୍ଜୟ ନାଏକ, ପବନ କୁମାର ଯାଦବ, ଗୀତା ମଜୁମଦାର୍, ଇନ୍ଦ୍ରମଣି ସାହୁ, ସସ୍ମିତା ସେଠୀ, ଗୁରୁଦେବ ନାୟକ, ପ୍ରଭାଷ ଚନ୍ଦ୍ର ପ୍ରଧାନ, ମାନସ ରଞ୍ଜନ ସିଂହଦାନି, ସୌମ୍ୟା ଚୌଧୁରୀ, ସୁମନ ପ୍ରକାଶ ହୋରୋ, ସରୋଜକାନ୍ତ ମହାପାତ୍ର, ତୁଷାର ରଞ୍ଜନ ପ୍ରଧାନ, ସେଖ୍ ଆରିଫ୍, କାର୍ତ୍ତିକ କୁମ୍ଭାର, ସନତ ରାଉତ, ରାଜେଶ ତ୍ରିପାଠୀ, କପିଲ ଛତର, ଜ୍ୟୋସ୍ନାରାଣୀ ବାରିକ, ଲିନୁ ପରିଡ଼ା, ସୋନି ସେନ୍ଦ୍ରିଆ, ଲକ୍ଷ୍ମୀ ମହାନନ୍ଦ, ଶାନ୍ତି ବେହେରା, ଗିରଧାରୀ କୁଅଁର, ଅଗ୍ନିବ୍ରତ ଦାସ, ଜ୍ୟୋର୍ତିମୟୀ ମଲ୍ଲିକ, ସରୋଜା ବେହେରା, ସୌରଭ ଦାସ, ପ୍ରଜ୍ଜ୍ବଳ ମହାନ୍ତି, ମଞ୍ଜୁଲତା ବେହେରା, ମଞ୍ଜୁଶ୍ରୀ ହରିପାଲ୍, ଦିଲୀପ ପ୍ରଧାନ, ଅନିଲ କୁମାର ସେନ୍ଦ୍ରିଆ, ଦେବାନନ୍ଦ ନାଏକ, ସୀମା ସେନ୍ଦ୍ରିଆ, ପ୍ରଦୀପ ବାଦୀ, ଜଗଦୀଶ ବେହେରା, ପ୍ରଦୀପ ବହିଦାର, ନିଧୁଭୂଷଣ ସାହୁ, ତୁଷାର ରଞ୍ଜନ ମିଶ୍ର, ଅନିଲ ପ୍ରଧାନ, ହିମାଂଶୁ ନାଏକ, କପିଳାଶ ଭୋଇ, ଦୁର୍ଗା ଦାଶ, ପଦ୍ମିନୀ ଘିବେଲା, ସନ୍ଧ୍ୟାରାଣୀ ଫରିକର, ସତ୍ୟଜିତ୍ ପଟ୍ଟନାୟକ, କରୁଣାକର ବାଗ, ଅଶୋକ କୁମାର ସାହୁ, ସଞ୍ଜୟ ପଣ୍ଡିତ, ମାନସ କୁମାର, ସମୀର ଦାଉରି, ସନାତନ ଲୁହୁରା, ଇମ୍ରାନ ଖାଁ, ସାଗର ଦୀପ, ମିନତି ପଣ୍ଡା, ରାଜେଶ କୁମାର ମିଶ୍ର, ମନୋଜ ମହାପାତ୍ର, ଘାସି ପରିଡ଼ା, ପ୍ରଦୀପ କୁମାର ସାହୁ, ସୁଶାନ୍ତ କୁମାର ପ୍ରଧାନ, ବିବି ମହାନ୍ତି ଏବଂ ଆନନ୍ଦ ବେହେରା।

ସମ୍ବନ୍ଧିତ ଖବର