ମେଗା ଜଳଯୋଗାଣ ପ୍ରକଳ୍ପ ପାଇପ୍ ପୋଡ଼ିଦେଲେ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ରାଇଛନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଠାରେ ୧୫୬ କୋଟି ଟଙ୍କା ବ୍ୟୟରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଠିକାସଂସ୍ଥା ମେଗା ଇଞ୍ଜିନିୟରିଂ ଆଣ୍ତ ଇନଫ୍ରଷ୍ଟ୍ରକଚର ଲିଃ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପାଇପ୍ ବିଛା ଚାଲୁ ରହିଛି। ଏଥିପାଇଁ ବୃନ୍ଦାଦେଇପୁର ପଞ୍ଚାୟତରେ ଗଚ୍ଛିତ ଥିବା ପାଇପ୍‌କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଏହି ପଞ୍ଚାୟତରେ ପାଇପ୍‌ ବିଛା କାର୍ଯ୍ୟ କରୁଥିବା ପେଟି ଠିକାଦାର ରାଜକିଶୋର ମହାନ୍ତି ବୃନ୍ଦାଦେଇପୁର ଖେଳ ପଡ଼ିଆ ନିକଟରେ ପ୍ରାୟ ୮୦ ହାଜାର ଟଙ୍କା ମୂଲ୍ୟର ୪ ଶହ ମିଟର (ଏଚଡିପିଇ) ପାଇପ୍ ଗଚ୍ଛିତ ରଖିଥିଲେ। ଗତ ୩ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଉକ୍ତ ପାଇପ୍‌କୁ ପୋଡ଼ିଦେଇଛି। ପେଟିଠିକାଦାର ଶ୍ରୀ ମହାନ୍ତି ଏନେଇ ଆଜି ରାତିରେ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜେନାପୁର ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର