କଟକ-ବାଲିକୁଦା ଷ୍ଟେସନ୍‌ ନିକଟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

କଟକ: ସୋମବାର ସନ୍ଧ୍ୟାରେ କଟକ- ଗୋପାଳପୁର ବାଲିକୁଦା ଷ୍ଟେସନ୍‌ ନିକଟ ଦେଇ ଯାଉଥିବା ମେମୁ ଟ୍ରେନ୍‌ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନାଯୋଗ୍ୟ୍ୟ, ଆଜି ମେମୁ ଟ୍ରେନ୍‌ ସନ୍ଧ୍ୟାରେ କଟକ-ବାଲିକୁଦା ଷ୍ଟେସନ୍‌ ଦେଇ ଯାଉଥିବା ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ନିଶ୍ଚିତ ଘଟି ଥାଆନ୍ତା ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି। ତେବେ ଗୋପାଳପୁର ବାଲିକୁଦାଠାରେ ଏକ ଫୁଟ ଓଭର ବ୍ରିଜ କାମ ଚାଲିଥିଲା। ଏହି କାମ ପାଇଁ ରୋଡ କ୍ରେନ୍‌ର ବ୍ୟବହାର କରାଯାଇଥିଲା। କାମ ଶେଷ ପରେ ରେଡ୍‌ କ୍ରେନ୍‌ଟି କଟକ ଫେରି ଯାଇଥିଲା। ଯିବା ସମୟରେ ରୋଡ କ୍ରେନ୍‌ଟି ସ୍ଲିପର୍‌ ଓ ରେଳ ଟ୍ରାକ୍‌ରେ କିଛିଟା କ୍ଷତି ପହଞ୍ଚାଇଥିଲା। ଏହି ବାଟ ଦେଇ ଟ୍ରେନ୍‌ ଯିବା ବିପଦ ଅଛି ବୋଲି ସଙ୍ଗେସଙ୍ଗେ ଏକ ଲାଲ ପତାକା ଏଠାରେ ପୋତା ଯାଇଥିଲା। ତେବେ ମେମୁ ଟ୍ରେନ୍‌ ଏହି ବାଟ ଦେଇ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ ଚାଳକଙ୍କ ଆଖି କିଛି ଦୂରରୁ ଲାଲ ପତକା ଉପରେ ପଡ଼ି ଯାଇଥିଲା। ଆଗକୁ କିଛି ବିପଦ ଅଛି ବୋଲି ଭାବି ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଜୁରୁରୀକାଳିନ ବ୍ରେକ୍‌ ଦେଇ ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଫଳରେ ମେମୁ ଟ୍ରେନ୍‌ରେ ବସି ଯାତ୍ରା କରୁଥିବା ଶହଶହ ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟ୍ରେନ୍‌ ଭିତରେ ବସିଥିବା ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। କିଛି ସମୟ ପରେ ଅର୍ଥାତ୍‌ ୪୦ ମିନିଟ୍‌ ପରେ ପରିସ୍ଥିତ ସ୍ୱଭାବିକ ହେବା ପରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିଲା।

ଖୋର୍ଦ୍ଧା ରୋଡର ଡିଆର୍‌ଏମ୍‌ ବ୍ରଜ ମୋହନ ଅଗ୍ରଓ୍ଵାଲ ଯାଞ୍ଚ ବିଭାଗର ୪ଜଣ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ୪୮ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର