୧୧୮୩୯ ଆରମ୍ଭ କଲେ, ସାରିଲେ ୧୩୯୧ ପ୍ରକଳ୍ପ; ମନରେଗା ଯୋଜନାରେ ମୁଠାଏ ମୁଠାଏ ମାଟି ପକେଇ କାମ ସାରିଦେଲେ

କେନ୍ଦୁଝର :  କେଉଁ ମୁଠାଏ ମାଟି ପଡ଼ିଛି ତ କେଉଁଠି ମାତ୍ର ଅଳ୍ପ ଦିନର କାମ ହୋଇଛି। ଏମିତି ପରିସ୍ଥିତି ହୋଇଛି ମନରେଗା ଯୋଜନାରେ ପାଖାପଖି ୧୨ ହଜାର ପ୍ରକଳ୍ପ କାମ ଆରମ୍ଭ କରି ଦେଇ ସବୁ ଅଧାଖଣ୍ଡିଆ କରି ଛାଡ଼ି ଦେଇଛନ୍ତି। ଯେଉଁଥିପାଇଁ ଯୋଜନାର ମୂଳ ଲକ୍ଷ୍ୟ ଶ୍ରମିକଙ୍କୁ କାମ ଯୋଗାଇବା ପୂରଣ ହୋଇପାରିନାହିଁ।

କେନ୍ଦୁଝର ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ମୋଟ ୧୧୮୩୯ ଟି ପ୍ରକଳ୍ପ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି କ୍ରମରେ ଜିଲ୍ଲାର ବାଂଶପାଳ ବ୍ଲକର ୭୮୪ ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୮ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୬୬ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଆନନ୍ଦପୁର ବ୍ଲକରେ ୬୫୫ଟି ପ୍ରକଳ୍ପ ମଧ୍ୟରୁ ୧୪୮ଟି ଶେଷ ହୋଇଥିବାବେଳେ ୫୦୭ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଚମ୍ପୁଆ ବ୍ଲକରେ ୧୬୧୧ ଟି ପ୍ରକଳ୍ପ ମଧ୍ୟରୁ ୪୪୮ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୧୧୬୩ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଘଷିପୁରା ବ୍ଲକର ୫୫୦ ଟି ପ୍ରକଳ୍ପ ମଧ୍ୟରୁ ୮୪ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୪୬୬ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଘଟଗାଁ ବ୍ଲକର ୫୦୬ଟି ପ୍ରକଳ୍ପ ମଧ୍ୟରୁ ୧୮ଟି ଶେଷ ହୋଇଥିବାବେଳେ ୪୮୮ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ହରିଚନ୍ଦନପୁର ବ୍ଲକ୍‌ର ୫୪୧ଟି ପ୍ରକଳ୍ପ ମଧ୍ୟରୁ ୧୨ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୫୨୯ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ହାଟଡିହି ବ୍ଲକ୍‌ର ୨୦୩୫ ଟି ପ୍ରକଳ୍ପ ମଧ୍ୟରୁ ୧୧୬ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୯୧୯ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଝୁମ୍ପୁରା ବ୍ଲକର ୭୪୪ ଟି ପ୍ରକଳ୍ପ ମଧ୍ୟରୁ ୨୭ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୧୭ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଯୋଡ଼ା ବ୍ଲକର ୩୨୮ ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୩୧୨ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି।

କେନ୍ଦୁଝର ସଦର ବ୍ଲକର ୭୩୪ ଟି ପ୍ରକଳ୍ପ ମଧ୍ୟରୁ ୬୧ ଟି ପ୍ରକଳ୍ପ ଶେଷ ହୋଇଛି। ୬୭୩ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ପାଟଣା ବ୍ଲକର ୯୩୦ ଟି ପ୍ରକଳ୍ପ ମଧ୍ୟରୁ ୧୦୨ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୮୨୮ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ସାହାରପଡ଼ା ବ୍ଲକର ୧୨୭୦ ଟି ପ୍ରକଳ୍ପ ମଧ୍ୟରୁ ୧୯୮ ଟି ପ୍ରକଳ୍ପ ୧୦୭୨ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ତେଲକୋଇ ବ୍ଲକର ୧୧୫୧ ଟି ପ୍ରକଳ୍ପ ମଧ୍ୟରୁ ୧୫୨ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୯୯୯ ଟି ପ୍ରକଳ୍ପଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି।

କେନ୍ଦୁଝର ଜିଲ୍ଲାର ମୋଟ ୧୧୮୩୯ ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୩୯୧ ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୧୦୪୪୮ ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ସମୁଦାୟ ଲକ୍ଷ୍ୟ ଧାର୍ଯ୍ୟର ମାତ୍ର ୧୧.୭୫ ପ୍ରତିଶତ ପୂରଣ ହୋଇଛି। ମାର୍ଚ୍ଚ ମାସ ଏବେ ସରିବାକୁ ଥିବାରୁ ଆଉ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ସମ୍ଭବ ନୁହେଁ। ପ୍ରକଳ୍ପ କାର୍ଯ୍ୟ ଆଉ ହେବାକୁ ନ ଥିବାରୁ ଏବେ ଶ୍ରମିକ କାମ ନ ପାଇ ହାତ ବାନ୍ଧି ବସିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର