ଜାପାନରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଜାପାନରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ ଶ୍ରୀ ପଣ୍ଡା ଓଡ଼ିଶାରେ ବାୟୋଟେକ୍‌ନୋଲୋଜି ବିକାଶ ନେଇ ମତ ରଖିଥିଲେ।

ଜାପାନୀ ଭାଷା ଶିକ୍ଷାଗ୍ରହଣ ସହିତ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ଓଡ଼ିଶାରେ ସଂପ୍ରସାରିତ କରିବା, ବାୟୋଟେକ୍‌ନୋଲୋଜି ଅଧ୍ୟୟନ ତଥା ଗବେଷଣାର କ୍ଷେତ୍ରରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଉପରେ ଶ୍ରୀ ପଣ୍ଡା ଗୁରୁତ୍ବ ଦେଇଥିଲେ। ଏହାସହ ସାମୁଦ୍ରିକ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ସାଙ୍ଗକୁ ରାଜ୍ୟରେ ବୟସ୍କମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଉପଚାର ପାଇଁ ବିଶେଷ ସହଭାଗିତା ଉପରେ ଉଭୟଙ୍କର ମତ ବିନିମୟ ହୋଇଥିଲା। ରାଷ୍ଟ୍ରଦୂତ ଶ୍ରୀ ଜର୍ଜ ଏସବୁ ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସାକ୍ଷାତ ଆଲୋଚନାରେ ଭାରତୀୟ ଦୂତାବାସର ପ୍ରଥମ ସଚିବ ସୁରେଶ ଲାଖାବତ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବୀପ୍ରସାଦ ମିଶ୍ର ମଧ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର