ଝଡ଼ ତୋଫାନରେ ଘରର କାନ୍ଥ ଭୁଶୁଡି ପଡ଼ିବାରୁ ନାବାଳିକାଙ୍କର ମୃତ୍ୟୁ

ରାଜଗାଙ୍ଗପୁର :  ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରର କାନ୍ଥ ଭୁଶୁଡି ପଡ଼ିବାରୁ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ ରାଜଗାଙ୍ଗପୁରରେ ଗତକାଲି  ସଂଧ୍ୟାରେ ହୋଇଥିବା ଝଡ଼ ତୋଫାନରେ ଜାମପାଲି ବାଇପାସ ନିକଟରେ ଥିବା ଏକ ଘରର କାନ୍ଥ ପଡ଼ିଯିବାରୁ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଉକ୍ତ  ନାବାଳିକାଙ୍କ ନାମ ଅମିଶା ସୁରିନ । ତାଙ୍କର ବୟସ ୧୦ ବର୍ଷ ଏବଂ ସେ ସେଥ ସୁରିନଙ୍କ ଝିଅ ବୋଲି ଜଣାଯାଇଛି । କୁହାଯାଉଛି ଯେ ଝଡ଼ ତୋଫାନ ହେବା ସମୟରେ ଘରର କାନ୍ଥ ଭୁଶୁଡି ଥିବାର ଦେଖି ବାପା, ମା’ ଘର ବାହାରକୁ ଚାଲି ଆସିଥିଲେ ହେଲେ ଝିଅଟି ଘର ଭିତରେ ରହିଯାଇଥିଲା। ତାକୁ ଉଦ୍ଧାର କରିବାକୁ ଚେଷ୍ଟାକରିବା ବେଳକୁ ଅମିଶା ସୁରିନର ପ୍ରାଣବାୟୁ ଉଡ଼ିଯାଇଥିଲା।

ଗତକାଲି ରାଜଗାଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା। ଏହାଫଳରେ ୨ଟି ଟ୍ୟାଙ୍କର ଓଲଟି ପଡ଼ିଥିଲା। ଖାଲି ସେତିକି ନୁହେଁ, ଏଠାରେ ପ୍ରବଳ କୁଆପଥର ମାଡ଼ ବି ହୋଇଥିଲା । ଏଥିଲାଗି ସେହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର