ନାବାଳକଙ୍କ ଅସ୍ବାଭାବିକ ମୃତ୍ୟୁ

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ବେଣିଡିହି ଗ୍ରାମ ଅମର୍ଶାସାହିର ମାଛୁ ପଢ଼ିହାଳଙ୍କ ନାବାଳକ ପୁଅ ଲିଚୁ ପଢିହାଳ (୧୫)ଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଛି। ଗତକାଲି ଲିଚୁ ୪୯ ନମ୍ବର ଜାତୀୟ ରାଜପଥ ରୁଗୁଡିହିଠାରେ ଥିବା ଏକ ଟାୟାର ଦୋକାନରେ ଶୋଇଥିଲେ। ରାତି ଗୋଟାଏ ବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ଝାଡ଼ାବାନ୍ତି ହୋଇଥିଲା।

ପରିବାର ଲୋକେ ପ୍ରଥମେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ସେ ଅଧିକ ଗୁରୁତର ହୋଇପଡ଼ିବାରୁ ଭୋର ୫ଟାବେଳେ ତେଲକୋଇ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଖବର ପାଇ କାଞ୍ଜିପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ କେସ୍‌ ନମ୍ବର ୧୨/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର