ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ!

ଚିତ୍ରଡ଼ା: ମୋରଡ଼ା ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବିରଳ ଖଡ଼ିଆ ସମ୍ପ୍ରଦାୟର ଏହି ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ବାପା ତାଙ୍କୁ ଗ୍ରାମର ଜଣେ ଗୁଣିଆ ପାଖକୁ ନେଇଥିଲେ। ସେ ପ୍ରାୟ ୨ ଘଣ୍ଟା ଧରି ଝଡ଼ାଫୁଙ୍କା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ଝିଅକୁ ଠାକୁରଙ୍କ ପାଖକୁ ନେଇଗଲେ ଦେହ ଭଲ ହୋଇଯିବ ବୋଲି ଗୁଣିଆ କହିଥିଲା। ପରେ ଉକ୍ତ ଛାତ୍ରୀଙ୍କୁ ଅଭିଯୁକ୍ତ ଗୁଣିଆ ଏକ ସାଇକେଲ୍‌ରେ ନେଇଯାଇଥିଲା ଓ ବାପା ଘରକୁ ଫେରି ଆସିଥିଲେ। ତେବେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବାଟରେ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର