ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ! ଅଭିଯୁକ୍ତ ଗିରଫ

ଚିତ୍ରଡ଼ା: ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ଜୋର୍‌ ଜବରଦସ୍ତ ବିବାହ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ମୋରଡ଼ା ଥାନା ଅଧୀନ ବରକନ୍ଦ ଗ୍ରାମର ସତ୍ୟରଞ୍ଜନ ରାଉତଙ୍କୁ ଗିରଫ କରିଛି ପୁଲିସ।

ଅଭିଯୋଗ ଅନୁଯାୟୀ; ସତ୍ୟରଞ୍ଜନ ଗତ ୨୬ ତାରିଖ ଦିନ ଉକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ନାବାଳିକାଙ୍କୁ ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ତାଙ୍କୁ ପଶ୍ଚିମବଙ୍ଗ ନେଇଯାଇ ଜୋର୍‌ ଜବରଦସ୍ତ ବାହା ହେବାସହ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ପୁଲିସ ଆଗରେ ବୟାନ ଦେଇଥିଲେ। ତାଙ୍କ ବୟାନ ଅନୁଯାୟୀ ପୁଲିସ ପକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର