ବିଜେଡି ସରକାର ଉପରେ ବର୍ଷିଲେ, ଭୁବନେଶ୍ବର ଓ ସମ୍ବଲପୁରରେ ମୋଦୀଙ୍କ ନିର୍ବାଚନୀ ସଭା
୩ ଲକ୍ଷ କୋଟି ନିେବଶକୁ ମାନୁ ନାହାନ୍ତି ଯୋଜନା ନୁହେଁ, ଭ୍ରଷ୍ଟାଚାର ବନ୍ଦ କରୁ
ଭୁବନେଶ୍ବର/ସମ୍ବଲପୁର: ଚତୁର୍ଥ ଥର ନିର୍ବାଚନ ପ୍ରଚାରରେ ଆଜି ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଯାଇଛନ୍ତି। ପୂର୍ବ ତିନିଟି ଗସ୍ତ ତୁଳନାରେ ଆଜି ତାଙ୍କ ଭାଷା ବେଶ୍ ଶାଣିତ ଥିଲା। ରାଜ୍ୟ ସରକାର ବିରୋଧରେ ଦୁର୍ନୀତି, ପିସି କାରବାର, କେନ୍ଦ୍ରକୁ ଅସହଯୋଗ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ କଡ଼ା ସମାଲୋଚନା କରିଥିଲେ। ଓଡ଼ିଶା ଗସ୍ତରେ ଆସି ମୋଦୀ ଆଜି ପୂର୍ବାହ୍ନରେ ସମ୍ବଲପୁରରେ ଓ ସନ୍ଧ୍ୟାରେ ଭୁବନେଶ୍ବରରେ ବିଜେପିର ଦୁଇଟି ଜନସଭାରେ ଉଦ୍ବୋଧନ ଦେଇଥିଲେ। ଭୁବନେଶ୍ବରରେ ସଭା ପୂର୍ବରୁ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଘଣ୍ଟା ରୋଡ୍ େସା’ କରିଥିଲେ। ଦୁଇଟି ସଭାରେ ଉଦ୍ବୋଧନ ଦେଇ ମୋଦୀ କହିଲେ, ୨୦ ବର୍ଷ ହେଲା ଜଣେ ବ୍ୟକ୍ତି ଉପରେ ଭରସା କଲ। ହେଲେ କ’ଣ ପାଇଲ? ୨୦ ବର୍ଷରେ ଓଡ଼ିଶାର ଯେତିକି ବିକାଶ ହେବା କଥା, ତାହା ହୋଇଛି କି? ବିଜେଡି ସରକାରରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କର ଓ ସମ୍ପର୍କୀୟଙ୍କର ବିକାଶ ହୋଇଛି। ଏ ସରକାରରେ ଥିବା କୋେଟରି କ୍ଷମତାର ମଜା ନେଉଛନ୍ତି। ଉପକୂଳ ରାଜପଥ, ରେଳବାଇ, ଉଦ୍ୟୋଗ ସବୁ କ୍ଷେତ୍ରରେ ରାଜ୍ୟ ସରକାର ପିସି େଖାଜୁଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ। ଓଡ଼ିଆମାନେ ସାରା ଦେଶରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଲେ। ଯେଉଁ ଦିନ ବିଜେପି ସରକାର କ୍ଷମତାକୁ ଆସିବ, ସେହିଦିନ ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ପିଏମ୍ କିଷାନ ଯୋଜନାରେ ମାତ୍ର ସାଢ଼େ ୮ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର ଦେଲେ। ସେମାନଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ୩/୪ ମାସ ସମୟ ନେଲେ, କିନ୍ତୁ ଚାଷୀଙ୍କ ତାଲିକା ଓ ଆକାଉଣ୍ଟ୍ ନମ୍ବର ବିଜେଡି ସରକାର ଦେଇପାରିଲେ ନାହିଁ। ଏତିିକି କାମ କରିପାରୁ ନ ଥିବା ସରକାର ଅଧିକ କାମ କ’ଣ କରିବ? ହାରିବା ଡରରେ ବିଜେଡି ସରକାର କହୁଛି, ବିଜେପି କ୍ଷମତାକୁ ଆସିଲେ ବହୁ ଯୋଜନା ବନ୍ଦ କରିଦେବ। ଆମେ ଯୋଜନା ବନ୍ଦ କରୁନା, ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ବନ୍ଦ କରିଦେଉ। ଚିଟ୍ଫଣ୍ଡ୍ ଓ ଖଣି ପ୍ରସଙ୍ଗ ଉଠାଇ ମୋଦୀ କହିଲେ, ଏଠି ଚିଟ୍ଫଣ୍ଡ ଓ ଖଣି ମାଫିଆଙ୍କୁ ସୁରକ୍ଷା ଦିଆଯାଉଛି, କୃଷକ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କ ଚିନ୍ତା କାହାରି ନାହିଁ। କୋଲ୍ବ୍ଲକ୍ ଦୁର୍ନୀତିରେ କାହା ଉପରକୁ ଆଙ୍ଗୁଳି ଉଠିଛି ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି। ଯେଉଁ ଜିଲ୍ଲା ଖଣିଜ ପାଣ୍ଠି ତିଆରି ହେଲା ସେଥିରୁ ଓଡ଼ିଶାକୁ ୬ ହଜାର କୋଟି ଟଙ୍କା ମିଳିଲା। ହେଲେ ବିଜେଡି ସରକାର ସେଥିରୁ ମାତ୍ର ୧ ହଜାର ଟଙ୍କା ବିନିଯୋଗ କରିଛି ଓ ବାକି ଟଙ୍କା ପଡ଼ି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଡ଼ା ସମାଲୋଚନାରୁ ବର୍ତ୍ତିଲାନି କଂଗ୍ରେସ
କେନ୍ଦ୍ରର ଅବଦାନ ସମ୍ପର୍କରେ ମୋଦୀ କହିଥିଲେ, କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ୫ ବର୍ଷରେ ୩ ଲକ୍ଷ କୋଟି ଟଙ୍କା ନିବେଶ କରିଛି। ବିଜେଡି ସରକାରର ମିଛ କହିବାର ଅଭ୍ୟାସ ଅଛି। ତେଣୁ ସେମାନେ କେନ୍ଦ୍ରର ଏହି ସହଯୋଗକୁ ଲୁଚାଇବାକୁ ଅଭ୍ୟାସ କରୁଛନ୍ତି। ୫ ବର୍ଷ ସୁଯୋଗ ଦେଲେ ବିକାଶ କ’ଣ ମୁଁ ତାହା କରି ଦେଖାଇଦେବି। ଓଡ଼ିଶାକୁ କେଉଁଠି ନେଇ ପହଞ୍ଚାଇଦେବି, ତାହା ଆପଣମାନେ ଦେଖିବେ ବୋଲି ସେ କହିଥିଲେ। ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ନାୟକଙ୍କ ହତ୍ୟାକାଣ୍ଡ କଥା ଉଲ୍ଲେଖ କରି ମୋଦୀ କହିଲେ, ଅପରାଧୀମାନେ ନିର୍ଭୟରେ ଏଠି ଅପରାଧ ଘଟାଇ ଚାଲିଛନ୍ତି। ବିଜେପି ସରକାରକୁ ଥରେ ସୁଯୋଗ ଦିଅନ୍ତୁ, ଗୁଣ୍ଡାଗର୍ଦ୍ଦି କବଳରୁ ରାଜ୍ୟବାସୀଙ୍କୁ ମୁକ୍ତି ଦେଇ ସୁଖଶାନ୍ତି ଫେରାଇ ଆଣିବୁ। ରାଜ୍ୟ ସରକାର ବଦଳିବା ଦରକାର। ଭୁବନେଶ୍ବର ଓ ଦିଲ୍ଲୀରେ ଡବଲ୍ ଇଞ୍ଜିନ ସରକାର ଲଗାଇ ବିକାଶକୁ ତ୍ବରାନ୍ବିତ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। କଂଗ୍ରେସକୁ ଟାେର୍ଗଟ୍ କରି ମୋଦୀ କହିଲେ, କେନ୍ଦ୍ରରେ କଂଗ୍ରେସ ସହ ବହୁ ଦଳ ଏକାଠି ହୋଇଛନ୍ତି। ସେମାନଙ୍କ ଏଜେଣ୍ଡାରେ ଦେଶ ନାହିଁ। ବିକାଶ ସେମାନଙ୍କ ଲକ୍ଷ୍ୟ ନୁହେଁ। ସେମାନଙ୍କର ଗୋଟିଏ ଏଜେଣ୍ଡା, ମୋଦୀ ହଟାଅ। ସକାଳେ ସନ୍ଧ୍ୟାରେ ସେମାନେ ଏହାକୁ ଜପ କରୁଛନ୍ତି। ସେମାନେ ଦେଶର ଜନତାଙ୍କ ବିଶ୍ବାସ ହରାଇଛନ୍ତି। କିନ୍ତୁ ଆମ ସରକାର ପୂରା ନିଷ୍ଠାର ସହ ଦେଶର ବିକାଶ ପାଇଁ କାମ କରୁଛି। ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଭ୍ରଷ୍ଟାଚାରୀ, ସ୍ଥାଣୁ, ଅପାରଗ ରାଜ୍ୟ ସରକାରକୁ ବଦଳାଇବାକୁ ଆହ୍ବାନ ଦେଇଥିଲେ। ଉଭୟ ସଭାରେ ବିଭିନ୍ନ ନିର୍ବାଚନମଣ୍ଡଳୀର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।