ଓମ୍‌ବାଡ୍‌ସିକୁ ଆସିଛି ୧୬ ହଜାର କୋଟିରୁ ଅଧିକ, କେନ୍ଦୁଝରରୁ ସଂଗ୍ରହ ହୋଇଛି ସର୍ବାଧିକ

ଭୁବନେଶ୍ବର : ଖଣି ଜରିମାନା ବାବଦରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓମ୍‌ବାଡ୍‌ସି)କୁ ୧୬,୨୯୯.୬୨ କୋଟି ଟଙ୍କା ଆସିଛି। ଏହା ମଧ୍ୟରୁ କେନ୍ଦୁଝରରୁ ସର୍ବାଧିକ ୧୧୮,୧୬୦,୮୩୬,୭୨୧ ଟଙ୍କା ଆଦାୟ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୩୫,୧୪୪,୦୨୪,୯୪୨, ମୟୂରଭଞ୍ଜରୁ ୧,୬୮୨,୪୮୪,୯୪୩, ଯାଜପୁରରୁ ୭,୯୬୯,୬୮୨,୦୮୩ ଏବଂ ରାୟଗଡ଼ାରୁ ୩୯,୧୪୬,୨୫୯ ଟଙ୍କା ଆଦାୟ ହୋଇଛି। ସେଥିରୁ ଅଗ୍ରାଧିକାର ଭିତ୍ତିରେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଖଣି ଅଞ୍ଚଳରେ ଏହି ପାଣ୍ଠିକୁ ବ୍ୟୟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ସେହି ନିର୍ଦ୍ଦେଶ ଅନୁଯାୟୀ ୩ଟି ଜିଲ୍ଲାର ଖଣି ଅଞ୍ଚଳରେ ଓମ୍‌ବାଡ୍‌ସି ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର