ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣା: ପୁଅର ଶବ ଦେଖି ମା’ର ଆତ୍ମହତ୍ୟା ଉଦ୍ୟମ

ସେଲେଡ଼ି/ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସେଲେଡ଼ି ଗ୍ରାମର ଯୁବକ ଅନ୍ବେଷ ପଧାନ (୨୨ବର୍ଷ) ଶୁକ୍ରବାର ମହାନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଶନିବାର ଅନ୍ବେଷଙ୍କ ଶବକୁ ଦେଖିବା ପରେ ତାଙ୍କ ମା’ ବ୍ରଜେଶ୍ବରୀ ପଧାନ (୫୨ବର୍ଷ) ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶନିବାର ଶୌଚ ହେବା ଯାଉଥିବା କହି କୌଣସି ଏକ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସୁଚନାଥାଉକି ଶୁକ୍ରବାର ଅନ୍ବେଷ ନିଜ ସମ୍ପର୍କୀୟଙ୍କ ସହିତ ନୂଆବର୍ଷ ଭୋଜି ପାଇଁ ଯାଇ ନଦୀରେ ଗାଧୋଉଥିଲେ। ପହଁରା ଜାଣିନଥିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର