ପୁଅର ବିଶ୍ୱକପ୍‌ ମ୍ୟାଚ୍‌ ଦେଖି ପାରିଲେନି ମା’, ନେଟ୍‌ୱର୍କ‌ ସାଜିଲା ବାଧକ

କୁତ୍ରା : ହକି ବିଶ୍ବକପ୍‌ ଖେଳୁଥିବା ପୁଅକୁ ଟିଭି ପରଦାରେ ଦେଖିବାକୁ ଚାତକ ପରି ଚାହିଁବସିଥିଲେ ମା’। ଭଉଣୀ, ଆଈ, ଦାଦାଙ୍କ ସମେତ ପୂରା ପରିବାର ବି ଟିଭି ସାମ୍ନାରେ ବସିରହିଥିଲେ। ଏମିତିକି ଗ୍ରାମବାସୀ ବି ଅପେକ୍ଷା କରିରହିଥିଲେ ମ୍ୟାଚ୍‌ ଦେଖିବାକୁ। କିନ୍ତୁ ଟିଭିରେ ସିଧା ପ୍ରସାରଣ ହେଉନଥିବାରୁ ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଯୁବ ହକି ଖେଳାଳି ସୁନୀଳ ଯୋଯୋଙ୍କ ପରିବାର।

ସୁନ୍ଦରଗନ ଜିଲ୍ଲା କୁତ୍ରା ବ୍ଲକ ଗମ୍ଭାରଡିହି ଜୋଜୋ ପଡାରରେ ରୁହନ୍ତି ସୁନୀଲଙ୍କ ପରିବାର। ତେବେ ଜଣେ ସଂପର୍କୀୟଙ୍କ ବାହାଘର ପାଇଁ ସୁନୀଲଙ୍କ ମା ଜୁଲିଆନି ଜୋଜୋ ଓ ବଡ ଭଉଣୀ ପ୍ରିସ୍କା ଜୋଜୋ ବାମଡ଼ାରେ ଅଛନ୍ତି। ସେଠାରେ କନିଷ୍ଠ ପୁରୁଷ ହକି ବିଶ୍ବକପ ଖେଳ ଦେଖିବା ପାଇଁ ସୁନୀଲଙ୍କ ମା, ବଡ ଭଉଣୀ ସହିତ ବାହାଘରକୁ ଆସିଥିବା ସମ୍ପର୍କୀୟ, ଗ୍ରାମବାସୀ ବାହାଘର କଥା ଭୁଲି ଖେଳ ଦେଖିବା ପାଇଁ ଏକ ପ୍ରୋଜେକ୍ଟର ବ୍ୟବସ୍ଥା କରିଥିଲେ। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ସବୁ ବ୍ୟବସ୍ଥା ହୋଇସାରିଥିଲା। ତେବେ ନେଟୱର୍କ‌୍ ସମସ୍ୟା ଯୋଗୁଁ ସେମାନେ ମ୍ୟାଚ୍‌ ଦେଖିପାରିନଥିଲେ।

ଅପରପକ୍ଷରେ ସୁନୀଲଙ୍କ ଜନ୍ମ ମାଟି ଗମ୍ଭାରଡ଼ିହିରେ ମଧ୍ୟ ମ୍ୟାଚ୍‌ ଦେଖିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆଈ ମା’ ସାଲୋନୀ ଜୋଜୋ, ଦାଦା ମହାନନ୍ଦ ଜୋଜୋଙ୍କଙ୍କ ସମେତ ଗାଁରେ ରହୁଥିବା ପ୍ରାୟ ୪୦ ପରିବାର ଟିଭି ସମ୍ମୁଖରେ ବସି ଯାଇଥିଲେ। କିନ୍ତୁ ଟିଭିର ମ୍ୟାଚ୍‌ର ସିଧା ପ୍ରସାରଣ ହେଉନଥିବାରୁ ଚ୍ୟାନେଲ ବଦଳାଇ ବଦଳାଇ ଥକି ଯାଇଥିଲେ ସୁଦ୍ଧା ସେମାନେ ଆଉ ମ୍ୟାଚ୍‌ ଦେଖିପାରିନଥିଲେ। ଫଳରେ ନିରାଶ ହୋଇଯାଇଥିଲେ ସୁନୀଲଙ୍କ ପରିବାର। ‘ସମ୍ବାଦକୁ ପ୍ରତିକ୍ରିୟା ଦେଇ ସୁନୀଲଙ୍କ ମା ଜୁଲିଆନା କହିଛନ୍ତି, ପୁଅକୁ ହକି ଷ୍ଟିକ୍‌ ଧରି ପଡିଆରେ ଦେଖିବାର ଯେଉଁ ଆଶା ଥିଲା, ତାହା ନେଟୱର୍କ୍‌ ସମସ୍ୟା ଯୋଗୁଁ ସମ୍ଭବ ହୋଇପାରିଲାନି।

ସମ୍ବନ୍ଧିତ ଖବର