ନିଆଁ ଲାଗି ମାଆ ମୃତ, ଝିଅ ଗୁରୁତର

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଢଙ୍କସର ଗ୍ରାମରେ ନିଆଁ ଲାଗି ମାଆ ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଶୁକ୍ରବାର ସକାଳେ ଢଙ୍କସାର ଗ୍ରାମର ସୁଦନ ରଣାଙ୍କ ପତ୍ନୀ ଅଇଁଲେ ରଣା ଚା’ ତିଆରି କରିବା ପାଇଁ ଚୁଲିରେ କିରାସିନି ଢାଳି ନିଆଁ ଲଗାଉଥିଲେ। ଏହି ସମୟରେ ଅଇଁଲେଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ପାଖରେ ଥିବା ଝିଅ ମଞ୍ଜୁଶ୍ରୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିସନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଇଁଲେଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଖଡ଼ିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର