ନିଖୋଜ ନାବାଳିକା ‘ପିହୁ’ର ମା’ଙ୍କୁ କଟକରେ ଅଟକାଇଲା ପୁଲିସ, ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଦେଲେ‌ ଚେତାବନୀ

କଟକ: ବହୁଚର୍ଚ୍ଚିତ ନାବାଳିକା ପିହୁ ନିଖୋଜ ଘଟଣାରେ ଆଜି ନ୍ୟାୟ ପାଇଁ ପିହୁର ମା’ ମୋନାଲିସା ସାହୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ କଟକରେ ଚାଉଳିଆଗଞ୍ଜ ପୁଲିସ ତାଙ୍କୁ  ଅଟକାଇ ବସରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବସ ଯୋଗେ ପିହୁର ମା’ ଭୁବନେଶ୍ବର ଅଭିମୁଖେ ଯାଉଥିଲେ।  କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ବସରୁ ଆଣି ପୁଲିସ ଥାନାରେ ଅଟକ ରଖିଥିଲା। ଅନେକ ବୁଝାଶୁଝା ପରେ ମୋନାଲିସାଙ୍କୁ ପୁଲିସ ମୁଖ୍ୟାଳୟକୁ ନିଆଯାଇଥିଲା।

ଅନ୍ୟପଟେ ପିହୁର ମା’ କହିଛନ୍ତି, ବିଧାନସଭା ଆଗରେ ଧାରଣା ଦେବା ପାଇଁ ଅନୁମତି ଆଣିବା ସହ ଝିଅକୁ ଖୋଜିବାକୁ ସେ ଭୁବନେଶ୍ବର ଯାଉଥିଲେ। ତେବେ ପିହୁ ମା’ଙ୍କ ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତିନି ଦିନ ମଧ୍ୟରେ ସ୍ଵତନ୍ତ୍ର ଟିମ୍ ଗଠନ କରିବା ପାଇଁ ଏଡିଜି ପ୍ରତିଶ୍ରୁତିି ଦେଇଛନ୍ତି। ଏହାସହ ଘଟଣାକୁ କ୍ରାଇମବ୍ରାଞ୍ଚ ନିଜେ ମନିଟରିଂ କରିବ ବୋଲି ଏଡିଜି ପ୍ରତିଶ୍ରୁତି ଦେଲେ ବୋଲି ପିହୁ ମା’ ମୋନାଲିସା ସୂୂଚନା ଦେଇଛନ୍ତିି।

୩ ଦିନ ଭିତରେ ଯଦି କିଛି ପଦକ୍ଷେପ ନ ନିଆଯାଏ, ତେବେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ମୋନାଲିସା। ଗତ ଅଗଷ୍ଟ ମାସରେ ପିହୁଙ୍କ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୬ ମାସ ବିତିଥିଲେ ବି ‘ପିହୁ’ର କୌଣସି ଖବର ମିଳିପାରିନାହିଁ।

ସମ୍ବନ୍ଧିତ ଖବର