ପ୍ରଶାନ୍ତି ମେଡିକାଲ ସେବା ଫାଉଣ୍ଡେସନ୍‌ ସହିତ ଏମ୍‌ଓୟୁ: ଜାରି ରହିବ ମାଗଣା ହୃଦ୍‌ରୋଗ ଚିକିତ୍ସା

ଭୁବନେଶ୍ବର : ହୃଦ୍‌ରୋଗ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପୂର୍ବଭଳି ମାଗଣାରେ ଚିକିତ୍ସା ଜାରି ରହିବ। ଏଥିପାଇଁ ରାଜ୍ୟ ସରକାର ପ୍ରଶାନ୍ତି ମେଡିକାଲ ସେବା ଓ ଗବେଷଣା ଫାଉଣ୍ଡେସନ୍‌ ସହିତ ୨୦୧୮ରୁ ୨୦୨୨ ମସିହା ସହିତ ଏମ୍‌ଓୟୁ କରିଥିଲେ। ଏଥିରେ ୯୪୦ଜଣ ଶିଶୁ ହୃଦ୍‌ରୋଗୀ ଓ ୨୫୬ଜଣ ବୟସଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ତେବେ ରାଜ୍ୟ ସରକାର ତୃତୀୟଥର ଲାଗି ପ୍ରଶାନ୍ତି ମେଡିକାଲ ଫାଉଣ୍ଡେସନ୍ ସହିତ ଏମ୍‌ଓୟୁ କରିଛନ୍ତି। ଏହି ଅବଧି ଚଳିତବର୍ଷ ଫେବ୍ରୁଆରି ୨ତାରିଖରୁ ୨୦୨୫ ମସିହା ଫେବ୍ରୁଆରି ପର୍ଯ୍ୟନ୍ତ ଜାରି ରହିବ।

ରାଜ୍ୟ ସରକାରଙ୍କ ବର୍ଷକୁ ୫ଶହ ଶିଶୁ ଓ ବୟସ୍କ ହୃଦ୍‌ରୋଗୀ ସମସ୍ୟା ଥିବା ‌ବ୍ୟକ୍ତିଙ୍କୁ ମାଗଣାରେ ଅସ୍ତ୍ରୋପଚାର ସୁବିଧା ମିଳିବ। ଏଥିରେ ପୂର୍ବ ଓ ପର ମେଡିକାଲ ଡାଏଗ୍ନୋସିସ୍, ପରୀକ୍ଷା, ଅସ୍ତ୍ରୋପଚାର, ଷ୍ଟେଣ୍ଟ ଓ ଇମ୍ପ୍ଲାଣ୍ଟ ପ୍ରଭୃତି ମାଗଣାରେ ଯୋଗାଇ ଦିଆଯିବ। ଶିଶୁମାନେ ଅହମଦାବାଦସ୍ଥିତ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ ଓ ବୟସ୍କମାନଙ୍କୁ ରାଜକୋଟସ୍ଥିତ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲରେ ଚିକିତ୍ସା କରାଯିବ। ରୋଗୀଙ୍କ ଯାତାୟତ ଖର୍ଚ୍ଚକୁ ରାଜ୍ୟ ସରକାର ଭରଣା କରିବେ। ମାତ୍ର ତାଙ୍କ ସହିତ ରହିଥିବା କେୟାର ଟେକରଙ୍କ ଗସ୍ତ ଓ ଅନ୍ୟାନ୍ୟ ଖର୍ଚ୍ଚ ସରକାରଙ୍କ ପକ୍ଷରୁ ଭରଣା କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର