ଜଳିଗଲା ଚଳନ୍ତା କାର; ବର୍ତ୍ତିଲେ ଡ୍ରାଇଭର ଓ ତାଙ୍କ ସମ୍ପର୍କୀୟ

ରାଉରକେଲା : ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ ଗୋବିରା ଛକ ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯିବାରୁ କାର୍‌ଟି ସଂପୂର୍ଣ୍ଣ ଜଳିଯାଇଛି। ଝାଡ଼ଖଣ୍ଡ ସିମଡେଗାରୁ ତୁଷାର ଶର୍ମା ଓ ବଜରଙ୍ଗ ଶର୍ମା ନିଜ ଜେଏଚ୍‌ ୦୧ଇଏମ୍‌ ୯୪୮୦ କାର୍‌ ଯୋଗେ ରାଉରକେଲା ଯାଉଥିବା ସମୟରେ ବିଜାବାହାଲ ଶିବମନ୍ଦିର ସାମ୍ନାରେ କାର୍‌ ଇଂଜିନରୁ ଧୂଆଁ ବାହାରିବାରୁ କାର୍‌ ବନ୍ଦକରି ତୁଷାର ଓ ବଜରଙ୍ଗ ବାହାରି ଯାଇଥିଲେ। ଦେଖୁଦେଖୁ କାର୍‌ଟି ଜଳି ଯାଇଥିଲା। ସ୍ଥାନୀୟଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ନ ମିଳିବାରୁ ପୁଲିସକୁ ସୂଚନା ଦେଇଥିଲେ। ବୀରମିତ୍ରପୁର ପୁଲିସ ଓ କୁଆରମୁଣ୍ଡା ଅଗ୍ନିଶମ ବିଭାଗ ନିଆଁ ଲିଭାଇଥିଲେ ବି ସେତେବେଳକୁ କାର୍‌ଟି ଜଳିଯାଇଥିଲା।

ସମ୍ବନ୍ଧିତ ଖବର