ରହସ୍ୟରେ କୃତିକାଙ୍କ ମୃତ୍ୟୁ ଘଟଣା, ଆତ୍ମହତ୍ୟା ନେଇ ବଢ଼ିଲା ସନ୍ଦେହ!

ମୃତ୍ୟୁ ପୂର୍ବରୁ ଇଂଷ୍ଟାଗ୍ରାମରେ ଲେଖିଥିଲେ-ବାଏ ବାଏ ପିପୁଲ୍

ଭୁବନେଶ୍ବର: କୃତିକା ମିଶ୍ର, ବୟସ- ପ୍ରାୟ ୧୪ ବର୍ଷ ଆଉ ଅଷ୍ଟମ ଶ୍ରେଣୀ ଛାତ୍ରୀ ହେଲେ ଗତକାଲି ଅପରାହ୍ନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆପାର୍ଟମେଂଟ୍ ତଳେ ପଡିଥିଲା କୃତିକାଙ୍କ ମରଶରୀର । ପାଖରେ ପଡିଥିଲା କୃତିକାଙ୍କ କଣ୍ଢେଇ । ପ୍ରାଥମିକ ତଦନ୍ତରୁ ଜଣାପଡିଲା, ଛାତରୁ ଖସିପଡି କୃତିକା ପ୍ରାଣ ହରାଇଛନ୍ତି । ଛାତରୁ ପଡିଗଲେ ନା ଆତ୍ମହତ୍ୟା? ଇନଷ୍ଟାଗ୍ରାମ ବଢାଇଲା ଆଶଙ୍କା…

ମୃତ୍ୟୁର କିଛି ଘଂଟା ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି କୃତିକା ଲେଖିଥିଲେ, ବାଏ ବାଏ ପିପୁଲ । ଅର୍ଥାତ୍ ସମସ୍ତଙ୍କୁ ବିଦାୟ । କୃତିକାଙ୍କ ଏହି ପୋଷ୍ଟରୁ ଆଶଙ୍କା କରାଯାଉଛି ଯେ, ସେ ଆତ୍ମହତ୍ୟା କରିବେ ବୋଲି ପୂର୍ବରୁ ନିଷ୍ପତି ନେଇସାରିଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି କୃତିକା ଆତ୍ମହତ୍ୟା କରିଛନ୍ତି , ତେବେ ଏହା ପଛରେ କାରଣ କଣ । ଇନ୍ଷ୍ଟାଗ୍ରାମ୍ରେ କୃତିକା ଓ ତାଙ୍କର କିଛି ବନ୍ଧୁଙ୍କ ଆଉ କିଛି ପୋଷ୍ଟରୁ ଅନୁମାନ କରାଯାଉଛି ଯେ, କୌଣସି କାରଣକୁ ନେଇ ଚାପରେ ଥିଲେ କୃତିକା । ଯାହା ବୋଧହୁଏ ତାଙ୍କୁ ବାଧ୍ୟ କରିଥିଲା ଆତ୍ମହତ୍ୟା କରିବାକୁ ।

ବିଜେଇଏମ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା କୃତିକା ଭଲ ପାଠ ପଢିବା ସହ ଶାନ୍ତ ସ୍ୱଭାବର ଥିଲେ । ସମସ୍ତଙ୍କ ପ୍ରିୟ ଥିଲେ । ତେଣୁ ପରିବାର, ପଡୋଶୀ ଏବଂ ସ୍କୁଲରେ ସମସ୍ତେ ଝୁରୁଛନ୍ତି କୃତିକାଙ୍କୁ । କୃତିକାଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ରହିଥିବା ବି ଚର୍ଚା ହେଉଛି ।

ସମ୍ବନ୍ଧିତ ଖବର