ବିଧାନସଭାରେ ବର୍ଷିଲେ ନରସିଂହ : ମନ୍ତ୍ରୀ ଉତ୍ତର ଦେଉନାହାନ୍ତି

ଲୋକେ ପ୍ରଶ୍ନ କଲେଣି, ବିଧାନସଭା କାହିଁକି ଚାଲିବ?, ବିଧାୟକ ପ୍ରଶ୍ନ କରିବେନି ବୋଲି ବାଚସ୍ପତି ବି କରିବେନି?, ଲୋୟର ସୁକତେଲ ପ୍ରକଳ୍ପ କାହିଁକି ବନ୍ଦ ହୋଇଛି?

ଭୁବନେଶ୍ବର : ମନ୍ତ୍ରୀଙ୍କ ବିବୃତି ଉପରେ ଆମେ ପ୍ରଶ୍ନ କରିପାରିବୁନି। କିନ୍ତୁ ବାଚସ୍ପତି କଣ ପାରିବେନି। ମନ୍ତ୍ରୀ େଯତେବେଳେ ଉତ୍ତର େଦଉନାହାନ୍ତି, ସେତେବେଳେ ବାଚସ୍ପତି ହସ୍ତକ୍ଷେପ କରୁନାହାନ୍ତି କାହିଁକି? ଏହା କଣ ଗୃହ ଅଧ୍ୟକ୍ଷଙ୍କ ଦାୟିତ୍ବ ନୁେହଁ?

ବିଧାନସଭାରେ ବିେରାଧୀ ଦଳ ଉଠାଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀମାେନ ଉତ୍ତର ଦେଉନଥିବା ଅଭିେଯାଗ ଆଣି ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏମିତି ଢଙ୍ଗରେ ବାଚସ୍ପତିଙ୍କୁ ପଚାରିଥିଲେ। କହିଥିଲେ, ଗୃହରେ େହଉଥିବା ଆେଲାଚନାର ପ୍ରଭାବ ସରକାରଙ୍କ ଉପରେ ଆଦୌ ପଡୁନାହିଁ। ଯାହା ଆେଲାଚନା େହଉଛି, ସେ େକ୍ଷତ୍ରରେ କାର୍ଯ୍ୟାନୁଷ୍ଠାନ େହଉନାହିଁ। ସବୁ ପ୍ରସଙ୍ଗ େଯମିତି ଅର୍ଥହୀନ େହାଇପଡୁଛି। ଏମିତିରେ ଆେଲାଚନା କାହିଁକି ହେବ? େଲାକେ ପ୍ରଶ୍ନ କଲେଣି, ବିଧାନସଭା କାହିଁକି ଚାଲିଛି? ବିଧାନସଭାରେ କଣ ଚାଲିଛି? ସରକାରଙ୍କ ଉଦବେଗ ପ୍ରକାଶ ପାଇବ ନାହିଁ। ଆମେ ଏଠି କହିବୁ। ଖବରକାଗଜରେ ବାହାରିବ। ଏତିକିରେ ସରିଗଲା। ଫଳାଫଳ କିଛି ନାହିଁ।

ଉଦାହରଣ ଦେଇ ଶ୍ରୀ ମିଶ୍ର ଅସନ୍ତୋଷର ପାହାଡ ଠିଆ କରିଥିଲେ। କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗିନ େହଲାଣି। ୧୦ହଜାର େକାଟି ଟଙ୍କାର ଜମି ଦୁର୍ନୀତି ଉଠାଗଲା। େଗାଟିଏ ନିର୍ଦିଷ୍ଟ ସ୍ଥାନରେ ଓ ଜଣେ ନିର୍ଦିଷ୍ଟ ବ୍ୟକ୍ତିଙ୍କର। ମନ୍ତ୍ରୀ ତଦନ୍ତ ନିର୍ଦେଶ ତ ଦେଲେନି। ଆେଲାଚନା କରିବେ ବୋଲି କହିଲେ। ତାହା ମଧ୍ୟ ହେଲାନାହିଁ। ପଞ୍ଚାୟତିରାଜ ବିଭାଗକୁ ୨୯ଟି ବିଷୟ ସ୍ଥାନାନ୍ତର କଥା ଉଠାଯାଇଥିଲା। ଏ େକ୍ଷତ୍ରରେ ବିଧାନସଭା ସ୍ଥାୟୀ ସ୍ପଷ୍ଟ ସୁପାରିସ କରିଛନ୍ତି। ମନ୍ତ୍ରୀ କହିେଲ, ୨୧ଟି ବିଷୟ ସ୍ଥାନାନ୍ତର େହାଇଛି। କିନ୍ତୁ ସାମ୍ବାଧାନିକ ବ୍ୟବସ୍ଥାଟି ହେଲା, ଏ ସଂକ୍ରାନ୍ତରେ ଗୃହରେ ଆଇନ େହବା ପରେ ଯାଇ ସ୍ଥାନାନ୍ତର େହାଇପାରିବ? ଏକଥା ସରକାର କରିବେନି?

ବଲାଙ୍ଗୀର ଚାଷୀ ଆତ୍ମହତ୍ୟା କଥା ଉଠାଗଲା। ବର୍ଷା ରିେପାର୍ଟ ଭିତ୍ତିରେ ହିଁ ମରୁଡି କଥା କୁହାଯାଇଥିଲା। ଏଠି ବର୍ଷା ବିବରଣୀ ପଢିବା କଣ ଦରକାର ଥିଲା। ମନ୍ତ୍ରୀ ଚାଷୀ ଆତ୍ମହତ୍ୟା କଥା କହିବେନି? ବାଚସ୍ପତି ପଚାରିବେନି? କିଏ ପଚାରିବ? କେବଳ ସେତିକି ନୁେହଁ, ଏ କ୍ଷେତ୍ରରେ ବିେଜଡିର ଦୋମୁହାଁ ନୀତି ରହିଛି। ସରକାର ଏଠି ଚାଷୀ ଆତ୍ମହତ୍ୟା କଥା ମାନୁନାହାନ୍ତି। ବାରମ୍ବାର କହିବା ପରେ ବି ସରକାର କେତେବେଳେ ପ୍ରେମ ଘଟଣା, କେତେବେଳେ ପାରିବାରିକ କନ୍ଦଳ କଥା କହୁଛନ୍ତି। କିନ୍ତୁ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କଥା ମାନିଛନ୍ତି।

େଲାୟର ସୁକତେଲ ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, ଏହି ପ୍ରକଳ୍ପ ବନ୍ଦ େହବା ଘଟଣାକୁ ଆଜି ବର୍ଷେ ପୂରିଗଲା। ଏହା ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ଆସୁଛି। ଆଇନଶୃଙ୍ଖଳା ପରିସ୍ଥିତି କଥା କହି ଏହି ପ୍ରକଳ୍ପ ବନ୍ଦ ରହିଥିବା କୁହାଯାଉଛି। ନା ଆଇନ ଶୃଙ୍ଖଳା ପରିସ୍ଥିତି ଅଛି ନା େଲାକେ ଏହି ପ୍ରକଳ୍ପକୁ ବିେରାଧ କରୁଛନ୍ତି। କେବଳ କୁହାଯାଉଛି, ୨୦୧୩ ବିସ୍ଥାପନ ନୀତି ଅନୁସାରେ, କ୍ଷତିପୂରଣ ଦିଆଯାଉ। ସରକାର ଏକଥା କରିବେନି। କେତେଦିନ ଏମିତି ଚାଲିବ? ସେହିପରି ନାଗରା ନାଳ କଥା େନଇ ଶିଳ୍ପମନ୍ତ୍ରୀ େଗାଳାଇଦେଲେ। ଏଭଳି ସ୍ଥିତି ବିଧାନସଭା କେମିତି ଚାଲିବ ବୋଲି ଶ୍ରୀ ମିଶ୍ର କରିଥିଲେ।

ସମ୍ବନ୍ଧିତ ଖବର