ନରସିଂହ ପୁଣି ପିଏସି ଅଧ୍ୟକ୍ଷ

ଭୁବନେଶ୍ୱର : ଆସନ୍ତା ୨୦୧୮-୧୯ ବର୍ଷ ପାଇଁ ବିଧାନସଭାର ସରକାରୀ ହିସାବ କମିଟି ବା ପବ୍ଲିକ ଆକାଉଣ୍ଟ୍‌ସ କମିଟି (ପିଏସି) ଅଧ୍ୟକ୍ଷ ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁନଃ ମନୋନୀତ ହୋଇଛନ୍ତିି। ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ସେ ଏହି କମିଟି ଅଧ୍ୟକ୍ଷ ଥିଲେ। ସେହିପରି ବିଧାନସଭାର ପ୍ରାକଳନ କମିଟି ଅଧ୍ୟକ୍ଷ ଭାବେ ବିଜେଡି ବିଧାୟକ ସଂଜୟ କୁମାର ଦାସବର୍ମା ଏବଂ ସରକାରୀ ଉଦ୍ୟୋଗ କମିଟି ଅଧ୍ୟକ୍ଷ ଭାବେ ଡ. ଅରୁଣ କୁମାର ସାହୁ ମନୋନୀତ ହୋଇଛନ୍ତି। ଏ ସମସ୍ତ କମିଟିରେ ୧୦ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

ଆଜି ଗୃହରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଏହି କମିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନାମ ଘୋଷଣା କରିଥିଲେ। ଏହି ତିନିଟି କମିଟି ସହିତ ଆଉ ୧୦ଟି ସ୍ଥାୟୀ କମିଟି ଘୋଷଣା କରାଯାଇଥିଲା। ସେହି କମିଟିଗୁଡିକର ଅଧ୍ୟକ୍ଷ ଭାବେ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ଯୁଗଳ କିଶୋର ପଟ୍ଟନାୟକ, ନବକିଶୋର ଦାସ, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଅମର ପ୍ରସାଦ ଶତପଥୀ, ପୁଷ୍ପେନ୍ଦ୍ର ସିଂହଦେଓ, ଡା. ପ୍ରଫୁଲ୍ଲ ମାଝୀ, ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ମହେଶ ସାହୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର