ବଲାଙ୍ଗୀରରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୫ ମାମଲାର ଫଇସଲା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୫ଟି ବିଭିନ୍ନ ମାମଲାର ଫାଇସଲା କରାଯାଇଥିଲା। ତନ୍ମଧ୍ୟରୁ ୧୭ଟି ଦେୱାନୀ ମାମଲା ଥିଲା। ୧୦ଟି ବ୍ୟାଙ୍କ ମାମଲାର ସମାଧନ କରାଯାଇ ୨୯,୪୮,୩୫୫ ଟଙ୍କା ଆଦାୟ ହୋଇଥିଲା। ସେହିପରି ୧୧ଟି ମଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ମୋଟ ୩୫ ଲକ୍ଷ ୩୩ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ ଦିଆଯାଇଥିଲା। ୧୦୪ଟି ଫୌଜଦାରୀ ମାମଲାର ଫଇସଲା କରାଯାଇଥିଲା। ସେହିପରି ୫୫ଟି ପ୍ରାକ୍ ମକଦ୍ଦମା ମାମଲାର ଫଇସଲା କରାଯାଇ ୧୮ଲକ୍ଷ ୧ ହଜାର ୧୬ ଟଙ୍କା ଆଦାୟ କରାଯିବା ସଙ୍ଗେ ସଙ୍ଗେ ୮ଟି ପାରିବାରିକ ମିଳାମିଶା ମାମଲାର ଫଇସଲା ହେଇଥିଲା।

ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ ଦେବାଶିଷ ଦାଶ ଏବଂ କୋର୍ଟ ମେନେଜର ପ୍ରୀତିରାଣୀ ନାମ ପରିଚାଳନା କରିଥିଲେ। ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତ ଜଜ୍ ପ୍ରଶାନ୍ତ ଦାସ, ପରିବାର କୋର୍ଟର ଜଜ୍ ପ୍ରଶାନ୍ତ ନାୟକ, ଭିଜିଲାନ୍ସ କୋଟ ଜଜ୍ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଦେବାଶିଷ ରାଉତ, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ ପ୍ରଜ୍ଞା ପାରମିତା ରାଉତ, ଏସ୍‌ସି ଓ ଏସ୍‌ଟି ପ୍ରିଜାଇଡିଂ ଅଫିସର ସରୋଜ ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ  ଅଭିଳାଷ ସେନାପତି, ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମିତ ବାରିକ, ସିଭିଲ ଜଜ୍ (ବରିଷ୍ଠ) ସସ୍ମିତା ନନ୍ଦିନୀ ତ୍ରୀପାଠୀ, ଅତିରିକ୍ତ ସିଭିଲ ଜଜ୍ (ବରିଷ୍ଠ) ସୀମା ତ୍ରୀପାଠୀ, ଏସ୍‌ଡିଜେଏମ୍ ବଲାଙ୍ଗୀର କୈଳାସ ସାହୁ, ସିଭିଲ ଜଜ୍ (ବରିଷ୍ଠ) ସସ୍ମିତା ସେଠୀ, ସ୍ପେସାଲ ଜୁଡିସିଆଲ ମାଜିଷ୍ଟ୍ରେଟ ଉମେଶ ଚନ୍ଦ୍ର ରାୟବୁଲ, ଜେଏମ୍‌ଏଫ୍‌ସି ସୌରଭ ଶର୍ମା ଜେଏମ୍‌ଏଫ୍‌ସି ଅଭିନାଶ ନନ୍ଦ, ଜିଲ୍ଲା ଜଜ୍ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ସୁବାସ ଚନ୍ଦ୍ର ମହାନ୍ତିଙ୍କ ସମେତ ଓକିଲମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର