ଛତିଶଗଡ଼ରୁ ଫେରୁଛନ୍ତି ପ୍ରବାସୀ; ବଢ଼ୁଛି ସଂକ୍ରମଣ, ୭ ଦିନରେ ୭ ମୃତ

ନୂଆପଡ଼ା : କରୋନାର ଦ୍ବିତୀୟ ଲହର ସମସ୍ତଙ୍କୁ ଆତଙ୍କିତ କରିଛି। ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସେହିପରି ନୂଆପଡ଼ା ଜିଲ୍ଲାରେ ବି କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଏବେ ଛତିଶଗଡ଼ରେ ଲକ୍‌ଡାଉନ୍‌ ହେବା ପରେ ନୂଆପଡ଼ା ଜିଲ୍ଲାରେ ପ୍ରତିଦିନ ୫୦ରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଛତିଶଗଡ଼ରୁ ଲୁଚିଛପି ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଆସି ରହିଯାଉଛନ୍ତି। ଫଳରେ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଜିଲ୍ଲାରେ ୭ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଶାସନ ସଚେତନ ନହେଲେ ଆଗାମୀ ଦିନରେ ନୂଆପଡ଼ାରେ ବି ଛତିଶଗଡ଼ ଭଳି ସ୍ଥିତି ହେବା ଆଶଙ୍କା ରହିଛି।

ନୂଆପଡ଼ା ଜିଲ୍ଲାରେ ଗତ ୨୫ ମାର୍ଚ୍ଚରୁ କରୋନା ସିନାପାଲି ବ୍ଲକ୍‌ ବ୍ରାହ୍ମଣପଡ଼ାରେ ୨୯ଜଣ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚିନ୍ତାବଢ଼ାଇ ଦେଇଥିଲା। ପରେ କୋମନା ବ୍ଲକ୍‌ କୋନାବିରା ଗ୍ରାମରେ ମଧ୍ୟ ୨୫ ଜଣ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଯାଇଥିଲା। ପ୍ରଶାସନ ପକ୍ଷରୁ ଛତିଶଗଡ଼ର ଲିଙ୍କ୍ ବୋଲି କୁହାଯାଇଛି। ଏହା ପରେ ଜିଲ୍ଲାରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଥିଲା। ପ୍ରତିଦିନ ଜିଲ୍ଲାରେ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ହେତୁ ୯ ତାରିଖ ଦିନ ଛତିଶଗଡ଼ ଲକ୍‌ଡାଉନ୍‌ ହେବ ବୋଲି ସରକାର ଘୋଷଣା କଲା ପରେ ଛତିଶଗଡ଼ରେ ଥିବା ଅଧିକାଂଶ ନୂଆପଡ଼ାର ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ। ଛତିଶଗଡ଼ରୁ ବହୁ ପ୍ରବାସୀ ଶ୍ରମିକ ନୂଆପଡ଼ାକୁ ଆସିଗଲେଣି। ଯାହାକି ୩ ଦିନ ହେବ ନୂଆପଡ଼ାରେ ଆକ୍ରାନ୍ତ ସଂଖ୍ୟ ହୁ ହୁ ହୋଇ ବଢ଼ୁଥିବା ବେଳେ ୭ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଅନୁମାନ କରାଯାଇଛି ଯେ ନୂଆପଡ଼ାରେ ବର୍ତ୍ତମାନ ଛତିଶଗଡ଼ ପରି ସ୍ଥିତି ହେବାକୁ ଯାଇଛି।

ସୋମବାର ନୂଆପଡ଼ା ଜିଲ୍ଲା ସିନାପାଲିରେ ଗୋଟିଏ ବସ୍‌ରେ ବହାରା ରାଜ୍ୟର ବହୁ ଶ୍ରମିକ ଫେରିଥିଲେ। ହେ‌ଲେ ଜିଲ୍ଲା ପ୍ରଶାସନ ସେମାନଙ୍କ କୌଣସି ପରୀକ୍ଷା କରିନଥିଲା। ସେମାନେ ମଧ୍ୟ ନିଜ ନିଜ ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ଚେକ୍‌ପୋଷ୍ଟ କରି ଛତିଶଗଡ଼ ଲୋକଙ୍କ ଉପରେ ନଜର ରଖୁଛି ହେଲେ ପ୍ରବାସୀ ଶ୍ରମିକମାନେ ଲୁଚିଛପି କରି ବିଭିନ୍ନ ରାସ୍ତା ନେଇ ନୂଆପଡ଼ାକୁ ପ୍ରବେଶ କରୁଛନ୍ତି। ହେଲେ ପ୍ରଶାସନ ଏହାକୁ ଜାଣିପାରି ନାହିଁ। ଯାହାଫଳରେ ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଭୟଙ୍କର ହେବାକୁ ଯାଇଛି। ଜିଲ୍ଲା ୭ଦିନ ମଧ୍ୟରେ ସିନାପାଲି ବ୍ଲକ୍‌ରେ ୩ ଜଣ ଖଡ଼ିଆଳ ବ୍ଲକ୍‌ରେ ଜଣେ, କୋମନା ବ୍ଲକ୍‌ରେ ଜଣେ ନୂଆପଡ଼ା ବ୍ଲକ୍‌ରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେପରି ମାର୍ଚ୍ଚ ୨୫ ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଜିଲ୍ଲା‌ରେ ୫୪୦ ଜଣ ସଂକ୍ରମଣ ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର