ଢେଙ୍କାନାଳ ସେଲ୍‌ଟର ହୋମ୍‌ରେ ନିର୍ଯାତନ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ମାନେକା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ସେଲ୍‌ଟର ହୋମ୍‌ ‘ଗୁଡ଼ ନିୟୁଜ ଇଣ୍ଡିଆ’ରେ ସଂସ୍ଥାର ମୁଖ୍ୟଙ୍କ ଦ୍ୱାରା ଆନ୍ତେବାସିନୀମାନଙ୍କୁ ଅସଦାଚରଣ ଏବଂ ନିର୍ଯାତନା ଘଟଣାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ଚିଠିରେ କେନ୍ଦ୍ରମନ୍ତ୍ରୀ ମାନେକା ଉଲ୍ଲେଖ କରିଛନ୍ତି, ଗୁଡ଼ ନ୍ୟୁଜ୍‌ ସେଲ୍‌ଟର ହୋମ୍‌ରେ ନିର୍ଯାତନ ବ୍ୟତୀତ ଧର୍ମାନ୍ତରଣ ସଂପର୍କରେ ଖବର ଆସୁଛି। ବିନା ପଂଜୀକରଣରେ ୨ ବର୍ଷ ହେଲା ସଂସ୍ଥା ସେଲ୍‌ଟର ହୋମ୍‌ ପରିଚାଳନା କରୁଛି। ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଏକ ବେଆଇନ ସଂସ୍ଥା ପରିଚାଳନା ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାନେକା କହିଛନ୍ତି, ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟର ସବୁ ସେଲ୍‌ଟର ହୋମ୍‌ ପରିଦର୍ଶନ ପାଇଁ ‘ଏନ୍‌ସିପିସିଆର’କୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର