ସଚିବାଳୟରେ ମୁଖ୍ୟମନ୍ତ୍ରୀ ପାଳିଲେ ଶିଶୁ ଦିବସ

ପିଲାଙ୍କୁ ବାଣ୍ଟିଲେ ଚକ୍‌ଲେଟ୍‌, ଫଟୋ ଉଠାଇଲେ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସମସ୍ତ ବ୍ୟସ୍ତତା ସତ୍ତ୍ବେ ସେ ସଚିବାଳୟରେ ପିଲାମାନଙ୍କୁ ଚକ୍‌ଲେଟ୍‌ ବାଣ୍ଟିଲେ, ସେମାନଙ୍କ ସହିତ ଫଟୋ ଉଠାଇଥିଲେ।

ଘାଟିକିଆ କଳିଙ୍ଗ ବିହାରର ‘ଦ ୱାଇଜ୍‌ଡମ୍‌ ଟ୍ରି ଗ୍ଲୋବାଲ୍‌ ସ୍କୁଲ’ର ୨ରୁ ୪ ବର୍ଷ ବୟସର କୁନି କୁନି ପିଲାମାନେ ସଚିବାଳୟକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ବେଶ୍‌ କିଛି ସମୟ ବିତାଇଥିଲେ। ସେମାନଙ୍କୁ ଚକ୍‌ଲେଟ୍‌ ବାଣ୍ଟି‌ଥିଲେ ମୁଖ୍ୟମନ୍ତ୍ରୀ। ପିଲାଙ୍କ ଗହଣରେ ସେ ବେଶ୍‌ ଖୁସି ଥିବା ମନେ ହେଉଥିଲା। ପିଲାମାନେ ସାଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଉପହାର ଆଣିଥିଲେ। ଉପହାର ସ୍ବରୂପ ସେମାନେ ଘରଚଟିଆ ବସା ତାଙ୍କୁ ଭେଟି ଦେଇଥିଲେ। ଏହାକୁ ସାଦରେ ଗ୍ରହଣ କରି ବିଲୁପ୍ତପ୍ରାୟ ପ୍ରଜାତିର ଏହି ଚଢ଼େଇର ସୁରକ୍ଷା ପାଇଁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର