ବରଗଡ଼, ସୁନ୍ଦରଗଡ଼ରେ ନବୀନଙ୍କ ମାରାଥନ୍ ପ୍ରଚାର, ଚାଷୀ କାର୍ଡ ଖେଳି ମୋଦୀଙ୍କୁ ଘେରିଲେ

ଦିଲ୍ଲୀ ଦରବାର ନାଁ ଧରି ପରୋକ୍ଷ ସମାେଲାଚନା

ବରଗଡ଼/ରାଉରକେଲା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର େଶଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଓ ସୁନ୍ଦରଗଡ ଜିଲ୍ଲାରେ ଛାଇ ଯାଇଥିଲେ। ଏକାଧିକ ସଭା, କିେଲାମିଟର ବ୍ୟାପି େରାଡ୍ ସୋ ଏହାର ଅଂଶବିଶେଷ ଥିଲା। ହେଲେ ଗୁରୁତ୍ବପୂର୍ଣ୍ଣ କଥା େହଲା, ମୁଖ୍ୟମନ୍ତ୍ରୀ ସବୁଦିନ ଭଳି ଆଜି ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ େଭାଟ ମାଗିବା ସହିତ ବିଜେପୁରରେ ତାଙ୍କୁ ଆଶୀର୍ବାଦ ଦେବାକୁ ନିବେଦନ କରିଥିଲେ। ସ୍ବଭାବ କବି ଗଙ୍ଗାଧର େମହେରଙ୍କ ପବିତ୍ର ଭୂମିକୁ ପ୍ରଣାମ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଗତ ଉପନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି। ସେତେବେଳେ ଆପଣମାନଙ୍କ ସ୍ନେହ ଓ ଆଦର ମୋତେ ଭଲ ଲାଗିଥିଲା। ନିକଟରେ ଆପଣଙ୍କ ଅଞ୍ଚଳର ବହୁ େଲାକ ମୋତେ ଭୁବନେଶ୍ବରରେ େଭଟିଥିଲେ। ବିଜେପୁରରେ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଥିଲେ। ଆପଣମାନଙ୍କ ଅନୁରୋଧ ରକ୍ଷା କରି ମୁଁ ବିଜେପୁରରୁ ବିଧାନସଭା ପ୍ରାର୍ଥୀ େହାଇଛି। ଆପଣମାନେ ଖୁସି ତ?’’ ଉପସ୍ଥିତ େଲାକେ ଖୁସିରେ ହଁ ମାରିଥିଲେ। ଆଉ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ, ‘‘ମୁଁ ବି ବହୁତ ଖୁସି।’’ ଏହି ଅବସରରେ ନବୀନ ଭରସା େଦଇଥିଲେ େଯ ‘‘ବିଜେପୁରର ବିକାଶ ଦାୟିତ୍ବ େମାର। ଆପଣମାନେ େହଉଛନ୍ତି େମାର ପରିବାର।’’ ଅନ୍ୟପକ୍ଷରେ ସୋମବାର ବରଗଡ଼ଠାରେ ରାତ୍ରୀଯାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସକାଳୁ ସ୍ଥାନୀୟ ନିଶାମଣି ପଡ଼ିଆଠାରେ ଅନୁଷ୍ଠିତ ନିର୍ବାଚନୀ ସଭା‌ରେ ଯୋଗ ଦେଇ଼ଥିଲେ। ପରେ ପରେ ବିଜେପୁର ବ୍ୟତୀତ ବରପାଲି, ଗାଇସିଲାଟ୍‌ରେ ମଧ୍ୟ ନିର୍ବାଚନୀ ସଭାେର ଭାଷଣ ଦେଇଥିଲେ ନବୀନ। େକନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅସନ୍ତୋଷ ଝାଡିଥିଲେ। େକନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଥିଲେ। କହିଥିଲେ, ଦୁଇ ବର୍ଷ ତଳୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହେଲା।

ଦୁଇ ବର୍ଷରେ ଦୁଇ ମିନିଟ୍ ସମୟ ହେଲାନି
ଓଡ଼ିଶାର ଦୁଇମନ୍ତ୍ରୀଙ୍କ ନିରବତା କଥା ବି ଉଠାଇଲେ

ଏ ଦାବି ରଖିବା ପାଇଁ େକନ୍ଦ୍ରକୁ ବିଧାନସଭା କମିଟି ଚାହିଁଥିଲା। ହେଲେ ଦିଲ୍ଲୀ ଦରବାରକୁ ଓଡ଼ିଶା ପାଇଁ ୨ମିନିଟ୍ ସମୟ ହେଲାନି। ଓଡ଼ିଶାର ଦୁଇ ମନ୍ତ୍ରୀ ବି ପାଟି େଖାଲିବାକୁ ସାହସ କଲେନି। ନିର୍ବାଚନ ସରିବା ପରେ ଏହି ନେତାମାନଙ୍କର ଆଉ ଦେଖାମିଳିବ ନାହିଁ ବୋଲି କଟାକ୍ଷ କରିଥିଲେ ନବୀନ। ପଡୋଶୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସଭା ପରିପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ନବୀନ ଦେଇଥିବା କୁହାଯାଉଛି। କୁଲତା େଭାଟକୁ ଆଖେଇ ନବୀନ କହିଥିଲେ, ବିଜେଡି ପୁନର୍ବାର ସରକାର ଗଠନ କଲା ଦିନ ହିଁ କାଳିଆ ଯୋଜନାର ଦୁଇ କିସ୍ତି ଟଙ୍କା ଚାଷୀଙ୍କୁ ଏକାଠି ମିଳିବ। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ। ଏହି ଅବସରରେ ବିଧାୟକ ଦେବେଶ ଆଚାର୍ଯ୍ୟ ବିଗତ ୫ବର୍ଷରେ ବରଗଡ଼ରେ ହୋଇଥିବା ବିକାଶ କାର୍ଯ୍ୟଗୁଡ଼ିକର ବିସ୍ତୃତ ବିବରଣୀ ଦେଇଥିଲେ। ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳର ପ୍ରତିନିଧି ବରଗଡ଼ ନିର୍ବାଚନମଣ୍ଡଳୀର ବିକାଶ କରିନାହାନ୍ତି େବାଲି କହିଥିଲେ। ବିଗତ ୫ବର୍ଷରେ ଏଠାକୁ କୋଟିକୋଟି ଟଙ୍କାର ଅନୁଦାନ ବିଭିନ୍ନ ପ୍ରକଳ୍ପ ଏବଂ ଭିତ୍ତିଭୂମି ବିକାଶ ପାଇଁ ଆସିଛି। ଯାହାକି ଏକ ‌ରେକର୍ଡ ସଦୃଶ। ଆଗାମୀ ଦିନରେ ବରଗଡ଼ ବିକାଶଧାରାର ଆହୁରି ରେକର୍ଡ ଭାଂଗିବ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସଭାରେ ବରିଷ୍ଠନେତା ସୁବାସ ଚୌହାନ, ସାଧୁ ନେପାକ, ଇଂ.ଦେବବ୍ରତ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାେନ ଉପସ୍ଥିତ ଥିଲେ। ବରଗଡ ଜିଲ୍ଲା ଗସ୍ତ ସାରି ନବୀନ ସୁନ୍ଦରଗଡ ଜିଲ୍ଲାର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ମେଗା ରୋଡ୍‌ ସୋ’ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ୨୪ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ସେ ବିଭିନ୍ନ ସ୍ଥାନରେ ବସ୍‌ର ଉପରକୁ ଉଠି ଲୋକଙ୍କୁ ଭୋଟ୍‌ ମାଗିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବିଜେଡି ନେତା, କର୍ମୀ, ସମର୍ଥକ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ବାଜା ବଜାଇ, ଫୁଲ ବର୍ଷା କରି, ହୁଳହୁଳି ଦେଇ ସ୍ବାଗତ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ୪୫ରେ ମୁଖ୍ୟମନ୍ତ୍ରୀ ବିମାନରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ।

ସମ୍ବନ୍ଧିତ ଖବର