ସୀମାରେ ମାଓବାଦୀ-ଯବାନ ଗୁଳି ବିନିମୟ

ମାଲକାନଗିରି : ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାର ମାଓ ପ୍ରଭାବିତ ବଡଗାଓଁ ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ଗୁଳିରେ ମହିଳା ମାଓ କମାଣ୍ଡର ତଥା ଏଲଓଏସ ଫଗନି ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇଜଣ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଯବାନଙ୍କୁ ରାୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସର୍ଚ୍ଚ ଅପରେସନ ବେଳେ ୪ଟି ଆଇଇଡି ବୋମା ଜବତ ହୋଇଛି। ଯାହାକୁ ଯବାନମାନେ ନିଷ୍କ୍ରିୟ କରିଛନ୍ତି।

ସମ୍ବନ୍ଧିତ ଖବର