୨୪ରେ ନକ୍ସଲ ପାଳିବେ ଆନ୍ତର୍ଜାତିକ ଆକ୍ସନ ଦିବସ: ସେଣ୍ଟ୍ରାଲ କମିଟିର ପ୍ରେସ ବିଜ୍ଞପ୍ତି ଜାରି

ମାଲକାନଗିରି: ମାଓବାଦୀ ପାର୍ଟିର ସେଣ୍ଟ୍ରାଲ କମିଟି ପକ୍ଷରୁ ମୁଖପାତ୍ର ଅଭୟ ପ୍ରେସ ବିଜ୍ଞପ୍ତି ଜାରି କରି ଆସନ୍ତା ୨୪ ତାରିଖକୁ ଆନ୍ତର୍ଜାତିକ ଆକ୍ସନ ଦିବସ ରୂପେ ପାଳନ କରିବାକୁ ଯାଉଛି। କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରହାର ସାମରିକ ଅଭିଯାନ ବିରୋଧରେ ଏହି ଦିବସ ପାଳନ କରାଯାଉଛି। ଗତ ୨୦୦୯ ମସିହାରୁ ଭାରତୀୟ ଶାସକ ଶ୍ରେଣୀର ଲୋକମାନେ ସାମ୍ରାଜ୍ୟବାଦୀଙ୍କ ଦିଗରେ ବିପ୍ଲବ ଆଣିବାକୁ ଗ୍ରୀନହଣ୍ଟ ଆରମ୍ଭ କରିଥିଲେ।

ତେବେ ଏହି ଗ୍ରୀନହଣ୍ଟ ଆକ୍ସନକୁ ସେତେବେଳେ ବହୁ ସଂଗଠନ ବିରୋଧ ମଧ୍ୟ କରିଥିଲେ। ମାଓବାଦୀ ପାର୍ଟି ତରଫରୁ ପିଏଲଜିଏ ଆରମ୍ଭ କରାଯାଇ ଏହାକୁ ଦମନ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। କମ୍ରେଡ କିସନଜୀଙ୍କ ୧୦ମ ସହୀଦ ଦିବସ ଉପଲକ୍ଷେ ନଭେମ୍ବର ୨୪ ତାରିଖରେ ଏହି ଆନ୍ତର୍ଜାତିକ ଆକ୍ସନ ଦିବସ ପାଳନ କରାଯିବ ବୋଲି କୁହାଯାଇଛି। ପ୍ରହାର-୩କୁ ସବୁ ସଂଗଠନ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ଏହା ଲୋକଙ୍କ ବିରୋଧରେ କାର୍ଯ୍ୟ କରାଯାଉଛି। ଦେଶର ସମସ୍ତ କୃଷକ, ଛାତ୍ର, ବୁଦ୍ଧିଜୀବୀ, ମହିଳା, ସଂଖ୍ୟାଲଘୁ, ଦଳିତ ସମେତ ସମସ୍ତ ଜନସାଧାରଣ ଏହି ଦିବସ ପାଳନରେ ଭାଗ ନେବାକୁ ପାର୍ଟି ନିବେଦନ କରିଛି। ବିଭିନ୍ନ ସ୍ଥାନରେ ଏହି ଦିବସକୁ ଜୋରସୋରରେ ପାଳନ କରନ୍ତୁ ବୋଲି କୁହାଯାଇଛି। ଏଭଳି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ପାର୍ଟି ବିଶୋଦଗାର ଦେଖାଇଛନ୍ତି।

ସମ୍ବନ୍ଧିତ ଖବର