ବିଦ୍ୟୁତ୍‌ ବିଭାଗରେ ଲାଗୁ ହେବ ଥଇଥାନ ବ୍ୟବସ୍ଥା

ଭୁବନେଶ୍ବର : ବିଦ୍ୟୁତ୍‌ ବିଭାଗରେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସ୍ଥାୟୀ ଚାକିରି କ୍ଷେତ୍ରରେ ୨ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଏପରିକି ମୃତ ପରିବାରର ସଦସ୍ୟଙ୍କୁ କୌଣସି ନିଯୁକ୍ତି ମିଳୁ ନଥିଲା। ଏନେଇ ବିଦ୍ୟୁତ୍‌ କର୍ମଚାରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ବାରମ୍ବାର ଉଚ୍ଚସ୍ତରୀୟ ‌ବୈଠକ ପରେ ଶେଷରେ ବିଦ୍ୟୁତ୍‌ ବିଭାଗ ପ୍ରସ୍ତାବକ୍ରମେ ସ୍ଥାୟୀ କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨ ଲକ୍ଷ ୫୦ ହଜାର ଟଙ୍କା ପରିବର୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିସହ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ଦିଆଯାଇ ଥଇଥାନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ପ୍ରଦାନ କରିଥିଲେ। ସେହିପରି ଠିକା ଶ୍ରମିକଙ୍କ କ୍ଷେତ୍ରରେ ଏଣିକି ଦୁର୍ଘଟଣାଜନିତ ସହାୟତା ୪ ଲକ୍ଷ ଟଙ୍କା ସହ ସାଧାରଣ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ଓ ଅକ୍ଷମ ହୋଇଥିଲେ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ଏହାବ୍ୟତୀତ ମେଡିକାଲ ଚିକିତ୍ସା ପାଇଁ ସୁବିଧା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର