ନିର୍ମଳ ଇନ୍‌ଫ୍ରା ଠକେଇ: ଆଶିଷ ଚୌହ୍ବାନଙ୍କ ଜାମିନ ଖାରଜ

କଟକ : ନିର୍ମଳ ଇନ୍‌ଫ୍ରା ଠକେଇ ଘଟଣାରେ ସଂସ୍ଥାର ନିର୍ଦେଶକ ଆଶିଷ ଚୌହ୍ବାନଙ୍କ ଜାମିନ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ମଳଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି। ମାମଲାର ତଦନ୍ତ ଜାରି ରହିଥିବା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ ହୋଇଥିବା ଜଣାଯାଇଛି। ସିବିଆଇ ପକ୍ଷରୁ ଏଏସଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇ ୨୦୧୪ରେ ଏହି ସଂସ୍ଥା ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଏହି ସଂସ୍ଥା ବିଭିନ୍ନ ଯୋଜନା ମାଧ୍ୟମରେ ଜମାକାରୀଙ୍କ ଠାରୁ ୪୩୩କୋଟି ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଆଶିଷ ଓ ଅନ୍ୟ ଅଧିକାରୀଙ୍କୁ ସିବିଆଇ ୨୦୧୮, ମାର୍ଚ୍ଚ ୬ରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର