ଭୁବନେଶ୍ୱର: ବେତନ ନେବେନି ପରାମର୍ଶଦାତା । ଅବୈତନିକ ଭାବେ କାମ କରିବେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଭିନ୍ନ ସରକାରୀ ବିଭାଗର ପରାମର୍ଶଦାତା । ନିଜ ନିଜ କାମ ପାଇଁ କୌଣସି ବେତନ ନେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଏକଥା ଜଣାଇଛନ୍ତି । ଜନତାଙ୍କ ସେବାପାଇଁ କୌଣସି ଦରମା କିମ୍ବା ପାରିତୋଷିକ ନେବେନାହିଁ ବୋଲି ପରାମର୍ଶଦାତାମାନେ ଘୋଷଣା କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ଏତିକି ନୁହେଁ ଜନତାଙ୍କ ସେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶଦାତାମାନେ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ଲୋକଙ୍କ ସେବା ହିଁ ନେତାଙ୍କ ମୂଳ ଧର୍ମ । ନବୀନ ସରକାରଙ୍କ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡ଼ି ନେତା ଆଉ ଏବେ ବିଭିନ୍ନ ବିଭାଗର ପରାମର୍ଶଦାତାମାନେ ଲୋକଙ୍କ ସେବାରେ ସମର୍ପିତ ଅଛନ୍ତି ।
ଗତ ପ୍ରାୟ ଏକ ମାସ ପୂର୍ବରୁ ବିଜେଡ଼ି ନେତାଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଟିକଟରୁ ବଞ୍ଚିତ ହୋଇ ମଧ୍ୟ ଯେଉଁମାନେ ବିଜେଡି ସହିତ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ବିଭିନ୍ନ କମିଶନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା ।