ନନ୍‌ କ୍ୟାଡର ଆଇନ ଅଧିକାରୀଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ଆଇନ ବିଭାଗ ପକ୍ଷରୁ ନିଯୁକ୍ତ ହୋଇଥିବା ନନ୍‌ କ୍ୟାଡର ଆଇନ ଅଧିକାରୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଇନ ବିଭାଗ ପକ୍ଷରୁ ଓଡ଼ିଶା ଆଇନ ଅଧିକାରୀ ନିୟମ ୧୯୭୧ ଅନୁଯାୟୀ ରାଜ୍ୟର ବିଭିନ୍ନ ଅଦାଲରେ ନନ୍‌ କ୍ୟାଡରମାନଙ୍କୁ ନିଯୁକ୍ତ କରାଯାଇଛି। ଏବେ ୧୧୨୧ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୨୭ଜଣ ଆଇନ ଅଧିକାରୀ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ କୋର୍ଟରୁ ଆରମ୍ଭ କରି ସେସନ୍‌ସ ଜଜ୍‌ ଓ ସ୍ପେଶିଆଲ ଜଜ୍‌ କୋର୍ଟ ପର୍ଯ୍ୟନ୍ତ ଏପିପି, ଅତିରିକ୍ତ ଏପିପି, ସ୍ୱତନ୍ତ୍ର ପିପି ଓ ପିପି(ଫୌଜଦାରୀ) ଭାବେ ମାମଲା ପରିଚାଳନା କରୁଛନ୍ତି। ବଳକା ୧୯୪ଜଣ ନନ୍‌ କ୍ୟାଡର ଆଇନ ଅଧିକାରୀ ସିଭିଲ ଜଜ୍‌ ଓ ଜିଲ୍ଲା ଜଜ୍‌ କୋର୍ଟରେ ଆବଶ୍ୟକତା ଅନୁଯାୟୀ ଜିପି, ଏଜିପି, ଆସୋସିଏଟ ଓକିଲ ଭାବେ ଦେଓ୍ଵାନି ମାମଲା ପରିଚାଳନା କରୁଛନ୍ତି। ରାଜ୍ୟର ଲୋକଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରତ ନନ କ୍ୟାଡର ଆଇନ ଅଧିକାରୀଙ୍କ କାର୍ଯ୍ୟାକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର