ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ନିର୍ବାଚନ ନେଇ ଏକ ଛାତ୍ରଗୋଷ୍ଠୀର ଛାତ୍ରମାନେ ସୋମବାର ବିଶ୍ୱବିଦ୍ୟାଳୟ କୁଳପତ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଭେଟିଥିଲେ। କୁଳପତି ଶ୍ରୀ ପଟ୍ଟନାୟଙ୍କୁ ଭେଟି ଛାତ୍ର ନେତାମାନେ ବାଣୀବିହାର ଛାତ୍ର ସଂସଦ କର୍ମକର୍ତ୍ତାମାନଙ୍କୁ ନିର୍ବାଚନ ବଦଳରେ ଚୟନ(ସିଲେକ୍ସନ୍) ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯାଉ ବୋଲି ଦାବି କରିଥିଲେ । ତେବେ ଏନେଇ ଏକଘଣ୍ଟା ଧରି ଉଭୟ ଛାତ୍ର ଓ କୁଳପତିଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଛାତ୍ରମାନେ ରଖିଥିବା ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ଉତ୍କଳ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।