ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କର ବଦଳି ହୋଇଥିଲା ବେଳେ ୨ ଜଣଙ୍କର ବଦଳି ବାତିଲ୍‌ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବ୍ରହ୍ମପୁର ସିଏଡିଏର ପିଡି ସୁଜାତା ସାହୁଙ୍କୁ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ ସଚିବ ଭାବେ ବଦଳି କରାଯାଇଛି। ବରଗଡ଼ ଏଡିଏମ୍‌ ଯୁଧିଷ୍ଠିର ନାୟକଙ୍କୁ ଲୋକପାଳଙ୍କ ସଚିବ, ପଦ୍ମପୁର ଉପଜିଲ୍ଲାପାଳ ତପିରାମ ମାଝୀଙ୍କୁ ବରଗଡ଼ ଏଡିଏମ୍‌, ବାଲିଗୁଡ଼ା ଆଇଟିଡିଏ ପିଏ ବସନ୍ତ କୁମାର ସାହୁଙ୍କୁ କନ୍ଧମାଳ ଏଡିଏମ୍‌, ବାଲେଶ୍ୱର ଡିଆର୍‌ଡିଏ ଏପିଡି ରାମଚନ୍ଦ୍ର ପାଲଟାଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ବାଲେଶ୍ୱର ଉପଜିଲ୍ଲାପାଳ ଭବତରଣ ସାହୁଙ୍କୁ ପୁରୀ ଉପଜିଲ୍ଲାପାଳ, ତେନ୍ତୁଳିଖୁଣ୍ଟି ବିଡିଓ ଅଣାକାର ଠାକୁରଙ୍କୁ ମାଲକାନଗିର ଡିଆର୍‌ଡିଏ ଏପିଡି, ବ୍ରହ୍ମଗିରି ବିଡିଓ ନିଲୁ ମହାପାତ୍ରଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ପୁରୀ ଉପ ଜିଲ୍ଲାପାଳ ଭାବେ ଶୁଭାନନ୍ଦ ମହାପାତ୍ରଙ୍କ ବଦଳି ବାତିଲ କରି ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପ ସଚିବ ଭାବେ ଅପରିବର୍ତିତ ରଖାଯାଇଛି। ସେହିପରି ଅତାବିରା ତହସିଲଦାର ଦୌଲତ ଚନ୍ଦ୍ର କରଙ୍କ ବରଗଡ଼ ଉପ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର