ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି, ଉଭୟ ମିଶି ଓଡ଼ିଶାର ସମ୍ପଦ ଲୁଟୁଛନ୍ତି : ଚେଲ୍ଲା କୁମାର

ଭୁବନେଶ୍ବର:  ନୟାଗଡ଼ର ପରୀ ମୃତ୍ୟୁର ୫ ମାସ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ପରୀକୁ ନ୍ୟାୟ, ମନ୍ତ୍ରୀଙ୍କ ଇସ୍ତଫା ଓ ପରୀହତ୍ୟାକାରୀକୁ ଦଣ୍ଡ ଏମିତି ଅନେକ କିଛି ନାରା ଦେଇ ରାଜ୍ୟସରକାରଙ୍କୁ ଘେରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏନେଇ ଉଭୟ ଦଳର ନେତା ପରୀର ଘରକୁ ଯାଇ ତାଙ୍କ ବାପା-ମାଙ୍କୁ ଭେଟିଛନ୍ତି । ଗତକାଲି ପରୀ ଘରୁ ଫେରିବା ପରେ ଆଜି ପିସିସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚେଲ୍ଲା କୁମାର ବିଜେଡି ଓ ବିଜେପି ଭିତରେ ମଧୁର ସଂପର୍କ ଥିବା କଥା କହିଛନ୍ତି ।

ଚେଲ୍ଲା କୁମାର କହିଛନ୍ତି କି, ଉଭୟ ବିଜେପି ଓ ବିଜେଡି ଭିତରେ ମଧୁର ସଂପର୍କ ରହିଛି ଏବଂ ସେମାନେ ରାଜ୍ୟର ସଂପଦକୁ ଲୁଟୁଛନ୍ତି । ରାଜ୍ୟର ପ୍ରଶାସନକୁ କବଜାରେ ରଖି ସେମାନେ ଦୁର୍ନୀତି କରିଚାଲିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପିସିସି ସଭାପତି ପରୀ ମାମଲାକୁ ନେଇ ମୁହଁ ଖୋଲିଛନ୍ତି । ପରୀ ପ୍ରସଙ୍ଗରେ କଂଗ୍ରେସ ନିରବ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପରୀ ମାମଲାରେ ତା’ର ବାପା-ମା କିଭଳି ନ୍ୟାୟ ପାଇବେ ସେ ନେଇ ବିରୋଧୀ ଦଳ ହିସାବରେ ଯାହା କରାଯିବା ଉଚିତ ତାହା କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି ।

Odisha Bytes

କହିରଖୁ କି ପରୀ ମାମଲାରେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏ ନେଇ କଂଗ୍ରେସ ଖୁସିଥିବା ଜଣାପଡିଥିଲା । କଂଗ୍ରେସର କିଛି ବିଧାୟକଙ୍କ ମତାନୁସାରେ, ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାନଙ୍କୁ କହିଥିଲେ କି  ପରୀ ମାମଲାରେ ଆମେ ଯାହା ଦାବି କରିଥିଲୁ ସରକାର ତାହା ଗ୍ରହଣ କରିଛନ୍ତି । ତେଣୁ ତାକୁ ନେଇ କଂଗ୍ରେସ ଅଧିକ ହଟ୍ଟଗୋଳ କରିବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର