ସଂସଦ ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦାବି କଲେ ଓଡ଼ିଆ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର: ସଂସଦ ପରିସରରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି। ଲୋକସଭାର ଶୂନ୍ୟକାଳ ସମୟରେ ସୋମବାର ସାଂସଦ ପୂଜାରୀ ଦାବି କରିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ସଂକଳନ ଏକାଠି କରାଯାଉ।

ଭାରତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେ କହିଛନ୍ତି, ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଆମେ ଭୁଲି ପାରିବା ନାହିଁ।

ବୀର ସୁରେନ୍ଦ୍ର ସାଏ ବ୍ରିଟଶ ମାନଙ୍କ ବିରୁଦ୍ଧରେ ୨୮ ବର୍ଷ ଲଢ଼େଇ କରିଥିଲେ। ସେଥିପାଇଁ ସେ ୩୭ ବର୍ଷ ଯାଏଁ ଜେଲଦଣ୍ଡ ଭୋଗିଥିଲେ ଏବଂ ଏପରିକି ଜେଲ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସଂସଦ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଗଲେ ଭାରତର ଅନ୍ୟତମ ନାୟକଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିବ।

ସମ୍ବନ୍ଧିତ ଖବର