୫ ରାଜ୍ୟ ଉପରେ ଓଡ଼ିଶା ନେତାଙ୍କ ଆଖି

ରାଜ୍ୟରେ ସରଗରମ ହେଉଛି ନିର୍ବାଚନ ରାଜନୀତି, ମୁହାଁମୁହିଁ ସ୍ଥିତିକୁ ଆସିଗଲେଣି ତିନି ରାଜନୈତିକ ଦଳ

ଭୁବନେଶ୍ବର : ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ଆସନ୍ତା ସାଧାରଣ ନିର୍ବାଚନରେ  କଂଗ୍ରେସକୁ କେତେ ସଫଳତା ଦେବେ? ୧୨୦+ ସ୍ବପ୍ନ ଦେଖାଇଥିବା ବିଜେପି ଏହି ସଂଖ୍ୟା ହାସଲ କରିପାରିବ କି? ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ?

ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଏମିତି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଲାଣି। ପରସ୍ପର ପରସ୍ପରକୁ ମାତ୍ ଦେବା ଲାଗି ସମର ସଜ୍ଜାେର ବ୍ୟସ୍ତ। କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କୁ ଧରି ଜାଗରଣ ଯାତ୍ରା ଆରମ୍ଭ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ କେଂଗ୍ରସର ଏହି ଯାତ୍ରାକୁ ବଡ ସମର୍ଥନ ମିଳିଛି। ଖୁବ୍ ଶୀଘ୍ର ଦ୍ବିତୀୟ ଜିଲ୍ଲା ସଂପର୍କରେ ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି। ଦଳ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରି ପ୍ରାକ୍ ନିର୍ବାଚନୀ ପ୍ରତିଶ୍ରୁତି ଦେବା ଆରମ୍ଭ କଲାଣି। କେବଳ ସେତିକି ନୁେହଁ, ଏହି କାର୍ଯ୍ୟକ୍ରମ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହଲାପଟା ପାଇଁ ନେତାମାେନ କୌଣସି ସୁେଯାଗ ଛାଡିବା ସ୍ଥିତିରେ ନାହାନ୍ତି।

ଗତକାଲି ଶେଷ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀେର ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ୧୫ ଦଫା ଅଭିଯୋଗ ଫର୍ଦ ଜାରି କରାଯାଇଛି। ଆଜି ଦଳର ନେତା ଘୋଷଣା କରିଛନ୍ତି, ନଭେମ୍ବର ୧ରୁ ଦଳ ମାେସବ୍ୟାପି ଜନ ଜାଗରଣ ଯାତ୍ରା କରିବ। ସରକାରଙ୍କ ବିେରାଧରେ ଥିବା ଦୁର୍ନୀତିକୁ ଲୋକଙ୍କ ନିକଟରେ ପହଞ୍ଚାଇବ।

ବିଜେଡି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡିନାହିଁ। ଦଳ ଅକ୍ଟୋବର ୨ ତାରିଖରୁ ଜନସଂପର୍କ ଯାତ୍ରା ଆରମ୍ଭ କରିଛି। ମାେସବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିବ। ଏହା ମାଧ୍ୟମରେ ଦଳ ସରକାରଙ୍କ ସଫଳତା ସହିତ ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସବୁ ଦୋଷ, ତ୍ରୁଟି, ଛିଦ୍ର ଲୋକଙ୍କୁ ଜଣାଇବାକୁ ପାଗ ଭିଡିଛି।

ଏଥିସହିତ ଓଡ଼ିଶାରେ ହଠାତ୍ ପ୍ରାକ୍ ନିର୍ବାଚନୀ ବାତାବରଣ ସରଗରମ ସ୍ଥିତିକୁ ଚାଲି ଆସିଲାଣି। ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସବୁ ରାଜନୈତିକ ଦଳ ଛକାପଞ୍ଝା ସ୍ଥିତିରେ ରହିବେ। ହେଲେ ନିର୍ବାଚନ ଆୟୋଗ ଯେଉଁ ପାଞ୍ଚଟି ରାଜ୍ୟ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଏହାର ଓଡ଼ିଶା ଉପରେ ମଧ୍ୟ ପ୍ରଭାବ ପଡିବା ସମ୍ଭ‌ାବନାକୁ ଏଡାଇ ଦେଇ ହେବନାହିଁ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ସମ୍ଭବତଃ ରାଜସ୍ଥାନ ଓ ମିେଜାରାମ ନିର୍ବାଚନ ଫଳାଫଳ ଏତେ ବେଶୀ ପ୍ରଭାବ ରଖିନପାରେ। ମାତ୍ର ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିେଶଷକରି ଛତିଶଗଡ ନିର୍ବାଚନ ଫଳାଫଳ ଓଡ଼ିଶାେର ଜନମତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଉେଲ୍ଲଖଯୋଗ୍ୟ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ମିେଜାରାମ ବିଧାନସଭା ଲାଗି ଗତ ୬ ତାରିଖରେ ନିର୍ବାଚନ ଆେୟାଗ ତାରିଖ ଘୋଷଣା କରିଛନ୍ତି। ଏଥିସହିତି ଦୀର୍ଘ ମାସ ଧରି ଚାଲିଥିବା ଆଗୁଆ ନିର୍ବାଚନ ଚର୍ଚ୍ଚାର ପରିସମାପ୍ତି ଘଟିଛି। ହେଲେ ପଡୋଶୀ ରାଜ୍ୟର ଭୋଟକୁ ନେଇ ଓଡ଼ିଶା ରାଜନୀତି ହଠାତ୍ ଉଷ୍ଣ ହୋଇ ଉଠିଛି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏହି ତିନିଟି ରାଜ୍ୟରେ ଯଦି କେଂଗ୍ରସ ବା ସମର୍ଥିତ ମେଣ୍ଟ ଭଲ ପ୍ରଦର୍ଶନ କରେ ଓ ରାଜସ୍ଥାନ ଫଳାଫଳ ହାତକୁ ଆସେ, ତେବେ ଏହା ଓଡ଼ିଶା ନେତାଙ୍କ ପାଇଁ ବଳଦାୟକ ହେବ। କେଂଗ୍ରସ ପ୍ରତି ଦେଶରେ ଆସ୍ଥା ଫେରିଲାଣି, ଏମିତି ଏକ ବାର୍ତା ତିଆରି ସମ୍ଭାବନା ଅଧିକ। ଏହାଦ୍ବାରା ଦଳ କେତେ ଆସନ ଜିତିବ, ତାହା କହିବା ମୁସ୍କିଲ। ମାତ୍ର କର୍ମୀଙ୍କ ଜୋସ୍ ବଢିବ ଓ ଦଳୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇପାରେ।

ବିଜେପି ପାଇଁ କିନ୍ତୁ ଏହି ନିର୍ବାଚନ ଚ୍ୟାଲେଞ୍ଜ ଭଳି ପରିସ୍ଥିତି ସୃଷ୍ଟି କରିଛି। ଯଦି ଦଳ ପ୍ରମୁଖ ତିନିଟି ରାଜ୍ୟ ଅର୍ଥାତ୍ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ସରକାରକୁ ଆସେ, ତେବେ ଓଡ଼ିଶା ଉପରେ ଏହାର ଏକ ବଡ଼ ପ୍ରଭାବ ପଡିବ। ଏହା ବିେଜପି କର୍ମୀଙ୍କ ଜୋସ୍ ବଢାଇବ ଓ କର୍ମୀ ଓଡ଼ିଶାରେ ଅଧିକ ସକ୍ରିୟ ହେବେ। କିନ୍ତୁ ସମାନ୍ତରାଳ ଭାବେ ବିେଜଡି ନେତାଙ୍କ ମନରେ ବି ତାକତ ଆଣିବ। କାରଣ ଓଡ଼ିଶା ସରକାରଙ୍କ ବିେରାଧରେ ଯେତେ ସରକାରୀ ବିେରାଧୀ ହାଵା ରହିଛି ତା ଠାରୁ ସଂପୃକ୍ତ ତିନି ରାଜ୍ୟର ସରକାର ବେଶୀ ବିପଦରେ ଅଛନ୍ତି। ତା ସତ୍ତ୍ବେ ଯଦି ଦଳ ସେମାେନ ନିର୍ବାଚନୀ ବୈତରଣୀ ପାର ହୋଇପାରିବେ, ତେବେ ନବୀନଙ୍କ ପାଇଁ ଏହା ଅନୁକୂଳ ବାର୍ତା ଆଣିବ। ଆଉ ଯଦି ବିେଜପି ଖରାପ ପ୍ରଦର୍ଶନ କରେ, ତେବେ ରାଜ୍ୟର କର୍ମୀଙ୍କ ମନୋବଳ ଭାଙ୍ଗିଯାଇପାରେ। ଏହାବ୍ୟତୀତ ଓଡ଼ିଶା ସୀମାନ୍ତରେ ନିର୍ବାଚନ ପ୍ରଚାରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଭଳି ପ୍ରଚାର କରି ପଦ୍ମ ହାଵା ତିଆରି କରନ୍ତି, ସେ ଦିଗରୁ ମଧ୍ୟ ଦଳକୁ ଶକ୍ତ ଧକ୍କା ଲାଗିବା ଭୟ ରହିଛି।

ଉଭୟ ପରିସ୍ଥିତି ବିଜେଡିକୁ ସେତେଟା ଘାତକ ହେବ ନାହିଁ, ଯେତିକି ଜାତୀୟ ଦଳମାେନ ପ୍ରଭାବିତ ହେବେ। କେଂଗ୍ରସ ବଢିେଲ, ବିେଜଡି ଅପେକ୍ଷା ବିେଜପି ପାଇଁ ବିପଦ ଆଣିବ। ବିେଜପି ଯେତେ ଅଧିକ ବଢିବ, କଂଗ୍ରେସ ଖାତାରୁ ସେତିକି ଅଧିକ ଆସନ ଯିବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର