ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାକୁ ମିଳିବ ୫ଜି: ଅଶ୍ବିନୀ ବୈଷ୍ଣବ

ଓଡ଼ିଶାରେ ୫ଜି ସେବା ନମିଳିବା ଦୁଃଖର ବିଷୟ: ତୁଷାରକାନ୍ତି

ଭୁବନେଶ୍ବର: ଦେଶର ପ୍ରାୟ ୨୫ଟି ସହରରେ ପ୍ରାଥମିକ ପର୍ଯ୍ୟାୟରେ ୫-ଜି ମୋବାଇଲ୍ ସେବା ଆରମ୍ଭ ହେଉଥିବାବେଳେ ଓଡ଼ିଶାର କୌଣସି ସହର ଏଥିରେ ନାହିଁ। ଓଡ଼ିଶାକୁ ୫ଜି ସେବା କ୍ଷେତ୍ରରେ ଅବହେଳା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏବେ ଯେଉଁ ୨୦ରୁ ୨୫ଟି ସହରରେ ପାଇଲଟ୍ ପ୍ରକଳ୍ପ ଭାବେ ୫ଜି ସେବା ଆରମ୍ଭ ହେଉଛି ସେଥିରେ ଓଡ଼ିଶାର କୌଣସି ସହର ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସାମିଲ୍‌ ହେବ। ଖୁବ୍‌ ଶୀଘ୍ର ଓଡ଼ିଶାରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ। ଏହାପରେ ରାଜ୍ୟ ସରକାରଙ୍କ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଓଡ଼ିଶାରେ ଏବେ ୫ଜି ସେବା ଆରମ୍ଭ ହେବନି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚିଠି ଆସିନି। ଓଡ଼ିଶାର କୌଣସି ସହରରେ ୫ଜି ସେବା ଆରମ୍ଭ ନହେବା ଦୁଃଖର ବିଷୟ। ଏହା ଉପରେ ଆମେ ଆଲୋଚନା କରିବୁ। ଓଡ଼ିଶା ଆଇଟି ହବ୍‌ର ମାନ୍ୟତା ପାଇବାକୁ ଯାଉଥିବାରୁ ରାଜ୍ୟରେ ଖୁବ୍‌ ଶୀଘ୍ର ୫ଜି ସେବା ଆରମ୍ଭ ହେବ ବୋଲି ଆମେ ଆଶାବାଦୀ।

ସମ୍ବନ୍ଧିତ ଖବର