ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର ; ଭୁବନେଶ୍ବରରେ ଦର କେତେ ଜାଣନ୍ତୁ

ଭୁବନେଶ୍ବର : ରବିବାର ଦିନ ପୁଣି ଥରେ ବୃଦ୍ଧି ପାଇଛି ତେଲ ଦର । ଏହାକୁ ମିଶାଇ ଗତ ୬ ଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ଯୋଗୁଁ ଏହି ବୃଦ୍ଧି କରାଯାଇଥିବା ଜଣାଯାଇଛି ।

ଏହି ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ଟ.୧୦୫.୪୬ କୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଲିଟର ପିଛା ଟ.୧୦୧.୬୨କୁ ବୃଦ୍ଧି ପାଇଛି ।

ସେହିପରି କଟକରେ ପେଟ୍ରୋଲ ଟ.୧୦୫.୪୦ ଓ ଡିଜେଲ ଟ.୧୦୧.୫୭ରେ ବିକ୍ରି ହେଉଛି । ସମ୍ବଲପୁରରେ  ପେଟ୍ରୋଲ ଟ.୧୦୫.୭୨ ଓ ଡିଜେଲ ଟ.୧୦୧.୯୦ରେ ବିକ୍ରି ହେଉଛି । ତେବେ ମାଲକାନଗିରିରେ ତେଲଦର ରେକର୍ଡ ସ୍ତରରେ ପହଞ୍ଚିଛି । ଜିଲ୍ଲାରେ ପେଟ୍ରୋଲ ଟ.୧୧୦.୬୨ ଓ ଡିଜେଲ ଟ.୧୦୬.୬୨ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର